ଏରାଉଣ୍ଡ ଦି ୱାର୍ଲଡ ଏଜେନ୍ସି ନାମକ ଠକ ସଂସ୍ଥାର ମୁଖ୍ୟ ଓ ତାଙ୍କ ସହଯୋଗୀ ଗିରଫ ।

0 416

ବ୍ରହ୍ମପୁର,୨୫/୦୯(ପିପିଟି): ଗତ କିଛିଦିନ ତଳେ ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ପାଟଣା ସାହିରେ ଏକଭଡା ଘରେ ଏରାଉଣ୍ଡ ଦି ୱାର୍ଲଡ ଏଜେନ୍ସି ନାମକ ସଂସ୍ଥା ଖୋଲି ଓଡ଼ିଶାର ବିଭିନ୍ନ ଜିଲ୍ଲାର ବେରୋଜଗାର ମାନଙ୍କୁ ବିଦେଶରେ ଚାକିରୀ ଦେବା ଆଳରେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ବିଷୟରେ ଅଭିଯୋଗ ହୋଇଥିଲା । ପ୍ରକାଶ ଯୋଗ୍ୟ ଯେ ବିଦେଶରେ ଚାକିରୀ ଦେବା ଲୋଭ ଦେଖାଇ ନକଲି ଅଫର ଲେଟର, ଭିସା ,ପାସପୋର୍ଟ ବାବଦକୁ ଜଣଙ୍କ ପିଛା କୋଡିଏ ରୁ ପଚାଶ ହଜାର ଲେଖାଏଁ ଏହି ଠକ ସଂସ୍ଥାର ମୁଖ୍ୟ ଓ ଅନ୍ୟ ସହଯୋଗୀ ମାନଙ୍କ ଦ୍ୱାରା ଆଦାୟ କରାଯାଇଥିଲା ।ବିଦେଶ ଯାତ୍ରା ଯିବା ସମୟ ନିକଟକତର ହେବାରୁ ଆସାଇ ପ୍ରାର୍ଥୀ ସଂସ୍ଥାର କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିବା ପରେ ଅଫିସରେ ତାଲା ଝୁଲୁଥିବା ଦେଖିଥିଲେ । ଉକ୍ତ ସଂସ୍ଥା ଦିଆଯାଇଥିବା ମୋବାଇଲ ରେ ଯୋଗାଯୋଗ କରିବାରୁ ଆସାଇ ମାନଙ୍କୁ ବିଭିନ୍ନ ପ୍ରକାର ଗାଳିଗୁଲଜ କରି ଧମକ ଦିଆଯାଇଥିଲା।ଏହାପରେ ଆସାଇ ମାନେ ସଂସ୍ଥା ଓ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ ବିଗତ ଆଗସ୍ଟ ୨୬ ତାରିଖ ରେ ହିଞ୍ଜିଳି ଥାନାରେ ଏକ ମାମଲା ନଂ ୪୫୦/୨୧ ମାଧ୍ୟମ ରେ ରୁଜୁ କରିଥିଲେ ।ଏହି ମାମଲାର ତଦନ୍ତ କରି ହିଞ୍ଜିଳି ପୋଲିସ ଓ ପୋଲିସ ଉପଖଣ୍ଡ ଅଧିକାରୀ ଉମା ଶଙ୍କର ସିଂ ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ବରେ ସଂସ୍ଥାର ମୁଖ୍ୟ ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁରର ବଳରାମ ମହାରଣା ଓ ତାଙ୍କର ସହଯୋଗୀ ସେହି ଗ୍ରାମର ଇପିଲି ପ୍ରସାଦ ରାଓ ,ଅନ୍ୟଜଣେ ସହଯୋଗୀ ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡିର ରାଜୀବ ଜେନଙ୍କୁ ଗିରଫ କରିଛନ୍ତି । ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଚାରିଜଣ ଫେରାର ଥିବା ପୋଲିସ ଠାରୁ ପ୍ରକାଶ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ଲାପଟପ , ପେନଡ୍ରାଇଭ , ନକଲି ଅଫର ଲେଟର, ଭିସା ଓ ୪୧ ଟି ପାସପୋର୍ଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ପୋଲିସ ଠାରୁ ପ୍ରକାଶ । ହଡପ ହୋଇଥିବା ୧୪ଲକ୍ଷ ଟଙ୍କାକୁ ଅଭିଯୁକ୍ତ ମାନେ ମଉଜ୍ ମଜଲିସ୍ କରି ଉଡାଇ ଦେଇଥିବା ପୋଲିସ ସାମ୍ବାଦିକଙ୍କୁ ପ୍ରକାଶ କରିଛି । ଏକମାସ ମଧ୍ୟରେ ହଡପ ହୋଇଥିବା ସମସ୍ତ ୧୪ଲକ୍ଷ ୪ ହଜାର ଟଙ୍କା ଅଭିଯୁକ୍ତ ମାନେ ଉଡାଇଦେଇଥିବାରୁ ଆସାଇ ମାନଙ୍କ ମଧ୍ୟରେ ନିରାଶା ସୃଷ୍ଟି କରିଛି ଏବଂ ଏହି ଘଟଣାରେ ଅନ୍ୟ କିଛି ସୂତ୍ର ରହିଛି ବୋଲି ଆସାଇଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରୁଛି ଏଣୁ ପୋଲିସ ଉପଯୁକ୍ତ ତଦନ୍ତ କରି ଆସାଇ ମାନଙ୍କୁ ସେମାନଙ୍କର ହଡପ ହୋଇଥିବା ଅର୍ଥକୁ ଫେରାଇ ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.