ଏରସମା ଠାରେ ସାଧାରଣ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ।

0 403

ଏରସମା,୨୬/୦୩(ପିପିଟି); ଏରସମା ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡାକରାରେ କୃଷି ଓ କୃଷକ ବିରୋଧୀ ୩ ନୂତନ କୃଷି ଆଇନ ପ୍ରତ୍ୟାହାର, ନୂତନ ବିଦ୍ୟୁତ ସଂଶୋଧନ ଆଇନ ପ୍ରତ୍ୟାହାର, ବ୍ୟାଙ୍କ ଓ ବୀମା (LIC) ର ଘରୋଇକରଣ, ପେଟ୍ରୋଲର ଅହେତୁକ ଦରବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳଭାରତ କୃଷକ ସଭା ପକ୍ଷରୁ ଏରସମାଠାରେ ସାଧାରଣ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୋଇଛି । ସିପିଆଇ ଜୋନ ସମ୍ପାଦକ ବଇଁଶୀଧର ବେହେରା ସହ-ସମ୍ପାଦକ ସର୍ବେଶ୍ୱର ବେଉରା ଓ କୃଷକ ସଭା ବ୍ଲକ ସଭାପତି ଦାମୋଦର ବେହେରାଙ୍କ ନେତୃତ୍ୱରେ ସକାଳୁ ପାର୍ଟି ଓ କୃଷକ ସଭା ସାଥିମାନେ ରାସ୍ତାରେ ପିକେଟିଂ କରିଥିଲେ । ଏହାପରେ ଏରସମା ବଜାରରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ସହ ସମ୍ପାଦକ ପିତାମ୍ବର ଦାସ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ବେଖାତିର ମନୋଭାବକୁ ଦୃଢ଼ ସମାଲୋଚନା କରିବା ସହିତ କୃଷି ଆଇନ ପ୍ରତ୍ୟାହାର ଯାଏ ଏ ଲଢେଇକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେବା ସହିତ ସ୍ୱତଃପୃତଃ ଭାବେ ଧର୍ମଘଟକୁ ସମର୍ଥନ କରିଥିବାରୁ ଏରସମାର ସଚେତନ ଦୋକାନୀ ବନ୍ଧୁ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ମଳିକ, ପ୍ରହଲ୍ଲାଦ କୁଅଁର, ଅମରେନ୍ଦ୍ର ଦାସ,ଭ୍ରମର ବେହେରା ସମରେଶ ମୁଦୁଲି, ବିଜୟ ବେହେରା, ପ୍ରଭଞ୍ଜନ ରାଉତ, ଅୟଶଃକାନ୍ତ ସ୍ୱାଇଁ, ଶିଶିର ନାୟକ, ଅକ୍ଷୟ ପରିଡା ପ୍ରମୁଖ ଧର୍ମଘଟର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.