ଏରସମା ଠାରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ।

0 255

ଏରସମା,୨୭/୦୯(ପିପିଟି): ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡାକରାରେ କୃଷି ଓ କୃଷକ ବିରୋଧୀ ୩ ନୂତନ କୃଷି ଆଇନ ପ୍ରତ୍ୟାହାର, ନୂତନ ବିଦ୍ୟୁତ ସଂଶୋଧନ ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ନୂତନ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର,ବ୍ୟାଙ୍କ ଓ ବୀମା (LIC) ର ଘରୋଇକରଣ, ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି, ପାରାଦ୍ୱୀପ ବନ୍ଦର ଓ ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ଜାତୀୟ ମୁଦ୍ରିକରଣ ପାଇପଲାଇନ ନୀତି ମାଧ୍ୟମରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଘରୋଇକରଣ ପ୍ରତିବାଦରେ ଓ ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଭାବେ ଘୋଷଣା କରିବା ସହିତ ଧାନ ଚାଷୀ,ଭାଗ ଚାଷୀ ଓ ଚିଙ୍ଗୁଡ଼ି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ଓ ଅଖିଳଭାରତ କୃଷକ ସଭା ପକ୍ଷରୁ ଏରସମାଠାରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ସିପିଆଇ ଜୋନ ସମ୍ପାଦକ ବଇଁଶୀଧର ବେହେରା ସହ-ସମ୍ପାଦକ ସର୍ବେଶ୍ୱର ବେଉରା ଓ କୃଷକ ସଭା ବ୍ଲକ ସଭାପତି ଦାମୋଦର ବେହେରାବାଲିତୁଠ ସିପିଆଇ ଜୋନ ସମ୍ପାଦକ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ସକାଳ ୬ଟାରୁ ପାର୍ଟି ଓ କୃଷକ ସଭା ସାଥିମାନେ ରାସ୍ତାରେ ପିକେଟିଂ କରିଥିଲେ । ଏହାପରେ ଏରସମା ବଜାରରେ ବରିଷ୍ଠ ପାର୍ଟି ନେତା ସାଥି ଧ୍ରୁବ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ସହ ସମ୍ପାଦକ ପିତାମ୍ବର ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲି, କଂଗ୍ରେସ ପାର୍ଟିର ବ୍ଲକ ସଭାପତି ବଲ୍ଲଭାନନ୍ଦ ସ୍ୱାଇଁ, ସମିତି ସଭ୍ୟ ନିମାଇଁ ଖଣ୍ଡୁଆଳ, କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ବେଖାତିର ମନୋଭାବକୁ ଦୃଢ଼ ସମାଲୋଚନା କରିବା ସହିତ କୃଷି ଆଇନ ପ୍ରତ୍ୟାହାର ଯାଏ ଏ ଲଢେଇକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେବା ସହିତ ସ୍ୱତଃପୃତଃ ଭାବେ ଧର୍ମଘଟକୁ ସମର୍ଥନ କରିଥିବାରୁ ଏରସମାର ସଚେତନ ଦୋକାନୀ ବନ୍ଧୁ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଏରସମା ବ୍ଲକ ଅଦ୍ୟାବଧି ପାଣିଘେରରେ ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ ଭାବେ ନିଦାବିଷ୍ଣୁ ପାଲଟି ଯାଇଛନ୍ତି ବୋଲି ଅଭିଯୋଗ କରିବା ସହିତ ତୁରନ୍ତ ଏରସମା ବ୍ଲକକୁ ଧୋଇ ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବୀ କରିବା ସହିତ ଦୁର୍ନୀତିଗ୍ରସ୍ତ ଏରସମା ବିଡିଓଙ୍କୁ ତୁରନ୍ତ ବଦଳି ପାଇଁ ଦୃଢ଼ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ମଳିକ, ଉତ୍ତମ ହାତି ,ବସନ୍ତ ଦାସ, ମହେଶ୍ୱର ମହାପାତ୍ର, କୈଳାସ ଦାସ, ରବୀନ୍ଦ୍ର ପାଇଟାଳ,ଭ୍ରମର ବେହେରା ସମରେଶ ମୁଦୁଲି, ବିଜୟ ବେହେରା, କାହ୍ନା ସେନାପତି, ପ୍ରହଲ୍ଲାଦ ଖଟୁଆ, ନୃସିଂହ ସ୍ୱାଇଁ, ସାଗର ସ୍ୱାଇଁ,ଅକ୍ଷୟ ମୁଦୁଲି, ନିରଞ୍ଜନ ବିଶ୍ୱାଳ, ବସନ୍ତ ସାହୁ, ଲଷ୍ମୀଧର ମହାପାତ୍ର,ନଟବର ବାରିକ, ଦେବଦତ୍ତ ଦାସ,ବାସୁଦେବ ଖଣ୍ଡୁଆଳ, ପ୍ରଭଞ୍ଜନ ରାଉତ, ସୁରେନ୍ଦ୍ର ରାଉତ ପ୍ରମୁଖ ଶତାଧିକ ସାଥି ଧର୍ମଘଟର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.