ଏମଭି-୭୯ କେନାଲ କଡରୁ ମୃତ୍ୟୁ ଦେହ ଉଦ୍ଧାର ।

0 30

ମାଲକାନଗିରି,୨୩/୦୨(ପିପିଟି):କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି- ୭୯ କେନାଲ ପାଖରେ ଏକ ମୃତ ଦେହ ଦେଖିବାକୁ ମିଳିଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେନାଲ ପାଖରେ କିଛି ଲୋକେ ଛେଳି ଚରାଉବା ବେଳେ ସେଠାରେ ଏକ ମୃତ ଦେହ ପଡିଥିବା ଦେଖି ଥାନାକୁ ଜଣାଇଥିଲେ। କିଛି ସମୟ ମଧ୍ୟରେ ମୃତ ବ୍ୟକ୍ତିଙ୍କର ପରିବାର ଲୋକେ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତ୍ଯୁ ବ୍ୟକ୍ତି ଜଣକ ହେଲା ଲାଛିପେଟା ଗ୍ରାମର ଜାଲି ମୁତା(୪୫) ଏବଂ ସେ ମାନସିକ ବିକୃତ ଥିଲା। ପରିବାର ଲୋକଙ୍କ କହିବା ଅନୁଯାଇ ସେ ବୁଧବାର ରାତି ୧୨ ଟା ସମୟରୁ ଘରୁ କୁଆଡେ ପଳେଇ ଯାଇଥିଲା।ପରିବାର ଲୋକେ ସକାଳେ ଘରେ ନଥିବା ଦେଖି ଏଣେ ତେଣେ ଖୋଜାଖୋଜି ଆରମ୍ଭ କରିଥିଲେ ।ମୃତ ଦେହ ଠାବ ହେବା ପରେ ଗ୍ରାମବାସୀ କେନାଲ ନିକଟରେ ରୁଣ୍ଡ ହୋଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ଏମଭି -୭୯ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଥାନା ଅଧିକାରୀ ସୁନୀଲ କୁମାର ସୋରେନ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ପରେ ମୃତ୍ଯୁର କାରଣ ଜଣାପଡିବ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.