ଏମଭି-୭୬ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ଧାର୍ମିକ ମତଭେଦ ଦୂର ପାଇଁ ବୈଠକ।

0 267

ମାଲକାନଗିରି,୩୧/୦୮(ପିପିଟି):
ଦୀର୍ଘ ତିନି ବର୍ଷ ଧରି ଧାର୍ମିକ ମତଭେଦକୁ ନେଇ ଏମଭି-୭୬ ଗ୍ରାମର ଏକ ନିର୍ଦ୍ଧିଷ୍ଠ ଗୋଷ୍ଠୀ ମତୁଆ ଧର୍ମର କିଛି ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଥିଲା ।ଏହି ଧାର୍ମିକ ମତଭେଦକୁ ଦୂର କରିବା ପାଇଁ ଉଭୟ ପକ୍ଷରୁ ବହୁ ବାର ଆଲୋଚନା ମଧ୍ୟ କରାଯାଇ ଥିଲେ ମଧ୍ଯ ଏହାର ସମାଧାନ ହୋଇ ପାରିନଥିଲା । ତେବେ ସେହି ଦୀର୍ଘ ଦିନର ଗ୍ରାମ୍ଯ ବିବାଦର ଅନ୍ତ ଆଜି ଉଭୟ ଗୋଷ୍ଠୀଙ୍କ ପରିବାର ମଧ୍ଯରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇ ପାରିଛି । ଅଗଷ୍ଟ ୨୯ ତାରିଖ ସନ୍ଧ୍ୟା ୪ ଘଟିକା ସମୟରେ ସମସ୍ତ ଗ୍ରାମବାସୀଙ୍କୁ ନେଇ ଏକ ଜରୁରୀ ବୈଠକ ଡ଼କା ଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏମଭି-୭୬ ଗ୍ରାମର ଦୀର୍ଘ ୩ ବର୍ଷ ଧରି ଧାର୍ମିକ ସମସ୍ୟା ଵା ଦ୍ଵନ୍ଦ ଉପୁଜି ଥିଲା ତାର ସମାଧାନ ନିମନ୍ତେ ଉପସ୍ଥିତ ସମସ୍ତ ଗ୍ରାମବାସୀ ଓ ପଲ୍ଲୀମଙ୍ଗଳ କମିଟି ଥାଇ ଏହାର ଶାନ୍ତି ପୂର୍ଣ୍ଣ ଭାବେ ସମାଧାନ କରାଯାଇଥିଲା । ଉପସ୍ଥିତ ଅଧିକାଂଶ ଲୋକ ଏହା ଉପରେ ନିଜ ନିଜ ମତାମତ ରଖିଲେ । ଆଗକୁ ସମସ୍ତେ ପୂର୍ବ ପରି ଭାଇଚାରା ସମ୍ପର୍କ ରଖି ମିଳିମିଶି ରହିବୁ ଓ ସମସ୍ତଙ୍କର ବିପଦ ଆପଦରେ କାନ୍ଧକୁ କନ୍ଧ ମିଳାଇ ସହଯୋଗ କରିବୁ ବୋଲି ଲିଖିତ ଚୁକ୍ତିନାମା କରିଥିଲେ । ଏହି ସଭାରେ ଗ୍ରାମ ସଭାପତି ଅନାଥ ମଣ୍ଡଳ, ସମ୍ପାଦକ ବାବୁଲ ଚନ୍ଦ୍ର ଦାସ, ମତୁଆ ଧର୍ମର ପଟେରୁ ଧାମର ସଭାପତି ଅଶୋକ ହାଲଦାର,ପ୍ରବୀନ ମଣ୍ଡଳ,ସୁବ୍ରତ ମଣ୍ଡଳ,ତପନ ମଣ୍ଡଳ, ରବୀନ ମଣ୍ଡଳ, କ୍ରିଷ୍ଣ ପଦ ମଣ୍ଡଳ, ନନ୍ଦ ଲାଲ ଗାଇନ,ସମରେନ ଅଧିକାରୀ, ଦେବବ୍ରତ ବର୍ମାନ, ଶଙ୍କର ବିଶ୍ୱାସ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.