ଏମଭି-୧୭ରେ ଜବର ଦଖଲ ଉଚ୍ଛେଦ ।

0 224

ମାଲକାନଗିରି,୦୧/୦୨(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମରେ ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଷ୍ଟଲ ନିର୍ମାଣ କରିଥିବା ପ୍ରଶାସନ ଜାଣିବା ପରେ ଆଜି ଉଛେଦ କରିଛି। ପ୍ରକାଶ ଥାଉକି ଏମଭି-୧୭ ଗ୍ରାମର ମୁଖ୍ୟ ଛକରେ ସୁବାସ ମଣ୍ଡଳ ନାମକ ଜଣେ ବ୍ୟକ୍ତି ସରକାରୀ ଜମିକୁ ହଡପ କରି ସେଠାରେ ଷ୍ଟଲ ନିର୍ମାଣ କରିଥିଲେ। ଏହି ଜମିକୁ ନେଇ ସୁବାସ ସହ ଗ୍ରାମବାସୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ସୁବାସ ଗତ ୩୦ ବର୍ଷ ହେଲା ଦିଲ୍ଲୀରେ ରହୁଛନ୍ତି। ତେବେ ଗ୍ରାମବାସୀ ଏନେଇ ମାଲକାନଗିରି ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମୀ, ରାଜସ୍ବ ନିରୀକ୍ଷକ ବିଜୟ ମଜୁମଦାର ସମେତ ପୋଲିସର ଏକ ଟିମ ଏମଭି-୧୭ ଗ୍ରାମରେ ପହଞ୍ଚି ଅବୈଧ ଭାବେ ନିର୍ମାଣ କରାଯାଇଥିବା ଷ୍ଟଲଗୁଡିକକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗିଦେଇଥିଲେ। ଯାହାଫଳରେ ଗ୍ରାମବାସୀ ଗତ ୨୫ ବର୍ଷ ଧରି ଏହି ଜମି ପାଇଁ ସୁବାସ ସହ ଲାଗି ରହିଥିବା ଗଣ୍ଡଗୋଳର ଅନ୍ତ ହୋଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.