ମାଲକାନଗିରି,୦୭/୧୦(ପିପିଟି):କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପଲ୍ଲୀ ଗ୍ରାମ ପଞ୍ଚାୟତର ଏମପିଭି-୮ ନମ୍ବର ଗ୍ରାମରୁ ସ୍ନେକ ହେଲ୍ପ ଲାଇନ ଦ୍ୱାରା ବିଶାଳ ଅଜଗର ଉଦ୍ଧାର କରାଯାଇଅଛି ।ସୂଚନା ଅନୁଯାୟୀ ଗ୍ରାମରେ ଜଣଙ୍କର ଘରେ ଏକ ବିଶାଳ ଅଜଗର ସାପ ପଶି ୩ଟି କୁକୁଡ଼ା ଖାଇଦେବା ପରେ ପରିବାର ଲୋକେ ଭୟଭୀତ ହୋଇ ମାଲକାନଗିରିର ସ୍ନେକ ହେଲ୍ପଲାଇନର ସଦସ୍ୟକୁ ଫୋନରେ ଯୋଗାଯୋଗ କରିଥିଲେ। ପରେ ସ୍ନେକ ହେଲପ ଲାଇନର ସଦସ୍ୟ ବଲରାମ ଭଞ୍ଜ ଏବଂ ଶରତ ପୂଜାରୀ ଉଭୟ ଏମପିଭି-୮ ଗ୍ରାମରେ ପହିଞ୍ଚି ଅଜଗର ସାପଟିକୁ ଧରିବାରେ ସକ୍ଷମ ହୋଇଥିଲେ। ଏଥି ସହିତ ଗିଳିଥିବା ତିନୋଟି ଯାକ କୁକୁଡ଼ାକୁ ମଧ୍ୟ ବାହାର କରିଥିଲେ। ଉଦ୍ଧାର ହୋଇଥିବା ଅଜଗରଟି ଆଠ ଫୁଟରୁ ଊର୍ଦ୍ଧ୍ବ ଲମ୍ବ ହୋଇଥିବା ବେଳେ ଏହାର ଓଜନ ୨୦ କିଲୋରୁ ଅଧିକ ହେବ। ସାପଟିକୁ ଉଦ୍ଧାର କରିବା ପରେ ବନାଞ୍ଚଳ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ହସ୍ତାନ୍ତର କରାଗଲା । ଏଥି ସହିତ ଅଜଗରଟିର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହିତ ଜଙ୍ଗଲରେ ଛାଡିଦିଆଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)