ବ୍ରହ୍ମପୁର, ୧୯/୧୨; ନୂଆଁ ଠିକା ସଂସ୍ଥା ଦ୍ୱରା ନିଯୁକ୍ତି ନ ପାଇଥିବା ଏମକେସିଜି ରେ କାର୍ଯ୍ୟରତ ଆଉଟଷୋର୍ସିଂ କର୍ମଚାରୀ ମାନଙ୍କ ଧାରଣା ଚତୁର୍ଥ ଦିନରେ ପହଂଚିଛି । ଆଜି ଅପରାହ୍ନ ରେ ପୁର୍ବ ଏଜେନ୍ସି, ବର୍ତ୍ତମାନର ଏଜେନ୍ସି ଓ କର୍ମଚାରୀ ସଂଘର ଏକ ଆଲୋଚନା ହୋଇଥିଲା କିନ୍ତୁ କୌଣସି ସୁଫଳ ମିଳିପାରିନି । ତେଣୁ ଆନ୍ଦୋଳନ ଆଗକୁ ଜାରିରହିବାକୁ ନିଷ୍ପତ୍ତି ନିଆଯାଇଛି । ଛଟେଇ ହୋଇଥିବା କର୍ମଚାରୀ ମାନେ ଜିଲ୍ଲାପାଳ ଉଦ୍ଦେଶ୍ୟ ରେ ଦିଆଯାଇଥିବା ସ୍ମାରକ ପରେ , ତୁରନ୍ତ ମେଡିକାଲର ନୂତନ ସୁପରସ୍ପେସିଆଲିଷ୍ଟ ବ୍ଲକ ଖୋଲି, ଟେଣ୍ଡର ଅନୁସାରେ ୨୬୨ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ରେ ପୁର୍ବ ରୁ କାମ କରିଆସୁଥିବା କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ମିଳିବାକୁ ସଂଘ ଦାବୀ ରଖିଛି । ଆଜିର ଆନ୍ଦୋଳନରେ ସଂଘର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ, କୃଷକ ନେତା ପ୍ରତାପ ନାୟକ ପହଞ୍ଚି ସମର୍ଥନ ସହକାରେ ଆନ୍ଦୋଳନର ଯଥାର୍ଥତା ଓ ଆନ୍ଦୋଳନ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଉଟଷୋର୍ସିଂ କର୍ମଚାରୀ ସଂଘ ଆବାହକ ପ୍ରତାପ ପ୍ରଧାନ, ସଂଘର ସଭାପତି ସୁନୀଲ ପାତ୍ର, ରମେଶ ରାଓ, ସୁଜିତ ପାତ୍ର, ନିରଞ୍ଜନ ରାଓ, ସନାତନ ନାୟକ, ଚନ୍ଦ୍ର ପାତ୍ର, ପିଙ୍କି ନାୟକ, ଓ ସଂଘ ର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।