ଏଫସିଆଇ ଶ୍ରମିକଙ୍କ ଧାରଣା ୧୨ ଦିନରେ ପହଞ୍ଚିଲା: ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ।

0 229

କନ୍ଧମାଳ,୧୯/୦୧(ପିପିଟି):କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇର ଶ୍ରମିକ ସଂଗଠନ ପକ୍ଷରୁ ସଭାପତି କେଶବ ଚନ୍ଦ୍ର ଦିଗାଲଙ୍କ ନେତୃତ୍ବରେ ଏଫସିଆଇର ସମ୍ମୁଖରେ ଦିଆଯାଇଥିବା ଧାରଣା ବୁଧବାର ୧୨ ଦିନରେ ପହଞ୍ଚିଥିଲେ ମଧ୍ୟ ଗରିବ ଖଟି ଖିଆ ମଜୁରିଆଙ୍କ ଦୁଃଖ ବୁଝିବାକୁ କେହି ଆସୁ ନାହାନ୍ତି। ଜିଲ୍ଲା ପ୍ରଶାସନ ନା ନେତା ରାଜ ନେତା ଏପରିକି ସହରର ଜଣା ଶୁଣା ସ୍ବେଚ୍ଛାସେବୀ ସଙ୍ଘ ସମସ୍ତଙ୍କ ଅଣଦେଖା । ଶ୍ରମିକଙ୍କ ଦୁଃଖ ବୁଝିବା କୁ ନିର୍ମିତ ହୋଇଛି ଅନେକ ଶ୍ରମିକ ସଂଘ ସେମାନଙ୍କର ବି ଏପର୍ଯ୍ୟନ୍ତ ପାଦ ପଡିନି।ଶେଷରେ ଏଫସିଆଇ ଶ୍ରମିକ ସଙ୍ଘ ପକ୍ଷରୁ ସମସ୍ତ ଶ୍ରମିକଙ୍କ ସହମତି କ୍ରମେ ବୁଧବାର ଦିନର ବୈଠକ ରେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାପ୍ରକାରେ ଶ୍ରମିକ ମାନେ ବର୍ଷବର୍ଷ ଧରି ଏହି ସରକାରୀ ଗୋଦାମରେ କାର୍ଯ୍ୟରତ । ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ସମଗ୍ର ବିଶ୍ବ କରୋନା ସହ ଲଢ଼େଇ କରୁଥିବା ବେଳେ ଏହି ଶ୍ରମିକ ମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ଯୋଦ୍ଧା ସଦୃଶ୍ୟ କାର୍ଯ୍ୟ କରି ଆସୁଥିଲେ । ଜିଲ୍ଲା ଯୋଗାଣ ବିଭାଗ ଅଧିନରେ ପରିଚାଳିତ ତିନୋଟି ଗୋଦାମ ରହିଛି । ଏଥ୍ ମଧ୍ୟରୁ ଦୁଇଟି ନିଜସ୍ବ ହୋଇଥିବା ବେଳେ ଅନ୍ୟଟି ବେସରକାରୀ ଠିକାଦାରଙ୍କ ଦ୍ବାରା ପରିଚାଳିତ । ବିଗତ ଦିନରେ ବିଭିନ୍ନ ଆଳ ଦେଖାଇ ଶ୍ରମିକ ମାନଙ୍କ ଠାରୁ ୬ ଗୋଟି ଚାଉଳ ଉଠାଣ କ୍ଷମତା ବାହାର କରିଦିଆଯାଇଥିଲା । ୨ଟି ସରକାରୀ ଗୋଦାମ ଅଧିନରେ ୩୭ରୁ ଉର୍ଦ୍ଧ୍ବ ପରିବାରର ୨୦୦ ରୁ ଉର୍ଦ୍ଧ୍ଵ ସଦସ୍ୟ ନିର୍ଭର କରି ପେଟ ପୋଷଣ କରୁଛନ୍ତି । ଚଳିତ ବର୍ଷ ଯୋଗାଣ ବିଭାଗ ଟେଣ୍ଡରରେ ଦୁଇଟି ବ୍ଲକ ଟିକାବାଲି ଓ ଜି.ଉଦୟଗିରିର ଚାଉଳ ଉଠାଣ କ୍ଷମତା ଅପସାରଣ କରାଯାଇଛି । ବେସରକାରୀ ଗୋଦାମକୁ ଅହେତୁକ ଅନୁକମ୍ପା ଦେଖାଇ ବିଭାଗ ଦୁଇଶହ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ଶ୍ରମିକ ସଂଘ ଲିଖିତ ଆକାରରେ ଜିଲ୍ଲାପାଳଙ୍କ ଅଭିଯୋଗ କରିଥିଲେ ହେଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଗତ ୧୨ ଦିନ ହେଲା ଶ୍ରମିକମାନେ କାମ ବନ୍ଦରଖି ଧାରଣା ଦେଇଛନ୍ତି । ଧାରଣା ରତ ଶ୍ରମିକ ମାନଙ୍କ କହିବା ଅନୁଯାୟୀ ଜିଲ୍ଲା ପ୍ରଶାସନ ଯଦି ଆମ କଥା ନବୁଝିବେ ତେବେ ଆମେ ନିଜ ପରିବାର ପିଲାଛୁଆଙ୍କ ସହିତ ଭୋକ ଉପାସରେ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଭୋଟ ବର୍ଜନ କରିବୁ ବୋଲି ସମ୍ପାଦକ ଦଶରଥ ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। କାର୍ଯ୍ୟ ବନ୍ଦ ଯୋଗୁଁ ଜିଲ୍ଲାର ବିଭିନ୍ନ ପଞ୍ଚାୟତବାସିଙ୍କ ପାଇଁ ହୋଇଥିବା ଆସୁବିଧା ପାଇଁ ଜିଲ୍ଲା ପ୍ରଶାସନହିଁ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସର୍ଦାର କେଶବ ଚନ୍ଦ୍ର ଦିଗାଲ, ରଞ୍ଜିତ ନାୟକ, ଅରୁଣ ନାୟକଙ୍କ ସମେତ ସଂଘ ର ସମସ୍ତ ଶ୍ରମିକ ମାନେ ଧାରଣାରେ ବସିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.