ବୋଲଗଡ,୨୪/୦୯(ପିପିଟି): ଆଜିର ଛାତ୍ର ଛାତ୍ରୀ କାଲିର ଭବିଷ୍ୟତ ।ଅମ୍ଳଜାନ ଅଭାବରୁ ହଜାର ହଜାର ଜୀବନ ଯାଉଥିବା ବେଳେ ସେ ଅଭାବକୁ ଦୂର କରିବା ପାଇଁ ଏକ ଛୋଟ ପ୍ରୟାସ୍ ।କାଳୀଚରଣ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ବଙ୍କୋଇ ମହାବିଦ୍ୟାଳୟରେ ଏନ୍.ଏସ.ଏସ ଦିବସ ଅବସରରେ ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ ଓ ଏନ୍.ଏସ.ଏସ ଶିକ୍ଷକ ଡ. ସୁକାନ୍ତ କୁମାର ବେହେରା ,ଲୁମିନି ବଳିଆରସିଂ ଅନୁମତି କ୍ରମେ ମିଳିତ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂତନ କ୍ୟାମ୍ପସ ସଫେଇ ସହ ବୃକ୍ଷ ରୋପଣ କରାଯାଇଛି ଏବଂ ଏନ୍ଏସଏସ ଦ୍ଵାରା ଆଗକୁ ସମାଜର ଉନ୍ନତି ମୂଳକ ପଦକ୍ଷେପ ନେବାକୁ ଚେଷ୍ଟା ଜାରି ରହିଛି।ଏଭଳି କାର୍ଯ୍ୟ ଦକ୍ଷତା ପାଇଁ ମହାବିଦ୍ୟାଳୟର ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କର ପ୍ରଶଂସାର ସୁଅ ଛୁଟିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)