ଏନ୍ଏସି ତରଫରୁ ଉଠା ଦୋକାନୀଙ୍କୁ ସ୍ଥାନାନ୍ତର ଓ ପଲିଥିନ ଚଢ଼ାଉ ।

0 292

ଭଞ୍ଜନଗର,୨୬/୧୦(ପିପିଟି): ଭଞ୍ଜନଗର ଠାରେ ଦୀର୍ଘ ଦିନ ହେଲା ପରିବା ବ୍ୟବସାୟୀ ଓ ଉଠା ଦୋକାନୀମାନେ ରାସ୍ତାର ଉଭୟ ପାର୍ଶ୍ଵରେ ବସି ନିଜର ବ୍ୟବସାୟ କରି ଆସୁଥିଲେ। ଯାହାଫଳରେ ସହରର ମୁଖ୍ୟ ରାସ୍ତା,ଥାନା ଛକ,ପୁରୁଣା ଜେଲ ସାମ୍ନା, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରାସ୍ତା,ପୋଷ୍ଟ ଅଫିସ ରାସ୍ତା କ୍ରମଶଃ ସଂକୀର୍ଣ୍ଣ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା।ଗ୍ରାହକ ମାନେ ମଧ୍ୟ ମନ ଇଚ୍ଛା ରାସ୍ତା ଉପରେ ଗାଡି, ସାଇକେଲ ପାର୍କିଂ କରି ପରିବା ଓ ଫଳମୂଳ କିଣୁଥିଲେ। ଏହି ସବୁ ରାସ୍ତାରେ ଯାତାୟତରେ ସମସ୍ୟା ଦେଖି ଏନ୍ଏସି ତରଫରୁ ବାରମ୍ବାର ବ୍ୟବସାୟୀଙ୍କୁ ଜେଲ ପଡ଼ିଆ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାକୁ ସ୍ଥାନାନ୍ତର କରା ଯାଉଥିଲେ ମଧ୍ୟ ସେମାନେ ଦିନେ ଦୁଇଦିନ ପରେ ପୁଣିଥରେ ରାସ୍ତା କଡରେ ନିଜର ବ୍ୟବସାୟ ଆରମ୍ଭ କରୁଥିଲେ। ଯାହାକି ସମସ୍ତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଥିଲା।ଗତ ଜୁଲାଇ ୩୧ ତାରିଖରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ନିକଟରେ ବଳଭଦ୍ର ଆରୁଖ କୃଷକ ବଜାରର ଶୁଭାରମ୍ଭ ହୋଇଥିଲେ ମଧ୍ୟ ବ୍ୟବସାୟୀ ମାନେ ସେଠାକୁ ନଯାଇ ରାସ୍ତା କଡରେ ନିଜର ବ୍ୟବସାୟ ଚଳାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏନଏସି ତରଫରୁ ଏକ ଟିମ ବାହାରି ରାସ୍ତା ଉପରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ହଟାଇ କୃଷକ ବଜାରକୁ ସ୍ଥାନାନ୍ତର କରିଥିଲେ ଏବଂ ପଲିଥିନ କାରବାର ଉପରେ ଚଢ଼ାଉ କରି କେତେକ ଦୋକାନରୁ ୬କିଲୋ ପଲିଥିନ ଜବତ କରିବା ସହ ୬ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଟିମରେ ଅଶୋକ କୁମାର ପ୍ରଧାନ, ଦିଲୀପ କୁମାର ସ୍ଵାଇଁ, ଅଶୋକ ଦଳ ବେହେରା,ସରୋଜ ପାତ୍ର, ଶ୍ରୀନିବାସ ଗୌଡ଼,ଶିବ ଶଙ୍କର ପ୍ରଧାନ, ସୁବ୍ରତ କୁମାର ମହାନ୍ତି,ଝଲକ ଦାସ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.