ଏନ୍ଏସି ଏମ୍ପ୍ଲାଇସ ଫିଟନେସ୍ କ୍ଲବ୍ ଉଦ୍‌ଘାଟିତ ।

0 557

ପୋଲସରା,୩୦/୧୧(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ବୃନ୍ଦଙ୍କ ଶାରୀରିକ ଗଠନ ଠିକ୍ ରଖିବା ପାଇଁ ନୂତନ ଭାବେ ପ୍ରତିଷ୍ଠିତ ” ଏନ୍ଏସି ଏମ୍ପ୍ଲାଇସ ଫିଟନେସ କ୍ଳବ ” କୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି। ପୋଲସରା ଏନ୍ଏସି ପକ୍ଷରୁ କର୍ମଚାରୀମାନଙ୍କ ଫିଟନେସ୍ ରଖିବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏନ୍ଏସି ର ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍ଏସିର କର୍ମଚାରୀ ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.