ବେଲଗୁଣ୍ଠା,୧୮/୦୫(ପିପିଟି), କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଏପରିକି କରୋନା ମହାମାରୀର ଦ୍ୱିତୀୟ ଲହରୀ ଅଧିକ ମାରାତ୍ମକ ହୋଇଥିବାରୁ ବର୍ତ୍ତମାନ ଦୁଇଟି ମାସ୍କ ବ୍ୟବହାର କରିବ ପାଇଁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ମଧ୍ୟ ବହୁ ଲୋକ ମାସ୍କ ବ୍ୟବହାର କରୁନଥିବା ବେଳେ କିଛି ଲୋକ କେବଳ ଜୋରିମାନାରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର କରୁଥିଲେ ମଧ୍ଯ ଏହା ବହୁ ସମୟରେ ଲୋକଙ୍କ ଥୋଡ଼ି ତଳକୁ ଝୁଲି ରହୁଛି । ଏହିଭଳି ପରିସ୍ଥିତିରେ ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଲଷ୍ମୀନୃସିଂହ ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ବଜାର ଅଞ୍ଚଳରେ ମାସ୍କ ବଣ୍ଟନ କରାଯିବା ସହିତ ମାସ୍କକୁ ଠିକ୍ ଢ଼ଙ୍ଗରେ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ଯାଜ୍ଞସେନୀ ଗୌଡ଼ ଓ ଜୟନ୍ତୀ ପାତ୍ରଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଫୁଲ୍ଲ ଷଡ଼ଙ୍ଗୀ, ବାବୁଲା ଗୌଡ଼, କୃଷ୍ଣ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ଏହୀ ଅବସରରେ ମୋଟ ୨୫୦ ଟି ମାସ୍କ ବଣ୍ଟନ କରାଯାଇଥିଲା ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )