ଏନଏସଡି ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ଅଭିନେତା ପରେଶ ରାୱଲ୍ ।

0 877

ନୂଆଦିଲ୍ଲୀ,୧୦/୦୯: ପ୍ରସିଦ୍ଧ ଅଭିନେତା ତଥା ପୂର୍ବତନ ସାଂସଦ ବିଜେପି ନେତା ପରେଶ ରାୱଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ନ୍ୟାସ୍‌ନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା’ର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏ ସମ୍ବାଦକୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଟୁଇଟ୍ କରିଛନ୍ତି। ନୂତନ ପଦବୀ ପାଇଥିବା ଅଭିନେତାଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ମେଧା ଦ୍ବାରା କଳାକାର ଓ ଶିକ୍ଷାର୍ଥୀମାନେ ଉପକୃତ ହେବେ। ଶ୍ରୀ ରାୱଲଙ୍କୁ ୧୯୯୪ ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୨୦୧୪ ରେ ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.