ଏକ ସପ୍ତାହ ପାଇଁ ବୋଲଗଡ଼ ବ୍ଳକର ୩ ପଞ୍ଚାୟତର ୪ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।

0 334

ବୋଲଗଡ,୧୧/୦୯(ପିପିଟି); ବୋଲଗଡ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ହୁହୁ ହୋଇ ବୃଦ୍ଧି ପାଉଛି ।ଆଜି ବୋଲଗଡ଼ ବ୍ଳକ ୩ ପଞ୍ଚାୟତ ର ୪ ଟି ଗ୍ରାମକୁ ଏକ ସପ୍ତାହ ପାଇଁ ଅବରୋଧ ଅଞ୍ଚଳ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଘୋଷଣା କରିଛନ୍ତି । ବାଙ୍କୋଇ ପଞ୍ଚାୟତରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଧଳାପଥର ପଞ୍ଚାୟତର ଧଳାପଥର ଓ ଠଣାପଲ୍ଳୀ ଗ୍ରାମରେ ୯ ଓ ଆରିକିମା ପଞ୍ଚାୟତ ର ଆରିକିମା ଗ୍ରାମରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇବା ପାଇଁ ଏହି ୩ ପଞ୍ଚାୟତର ୪ ଟି ଗ୍ରାମକୁ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏହି ସମୟରେ ଉକ୍ତ ଗ୍ରାମଗୁଡିକରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ସପ୍ତାହ ମଧ୍ୟରେ ଅବରୋଧ ଅଞ୍ଚଳରେ ସାନିଟାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବ୍ଳକର ପିଓଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବୋଲଗଡ଼ ଦମକଳ କେନ୍ଦ୍ର ଅଧିକାରୀ ନିରଞ୍ଜନ ବେହେରାଙ୍କୁ ଅବରୋଧ ଅଞ୍ଚଳକୁ ସାନିଟାଇଜ କରାଇବା ପାଇଁ ନିର୍ଦ୍ଦେଶ ରହିଥିବାର ସୂଚନା ମିଳିଛି । ସେହିପରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅରୁଣ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟ ସହିତ କରୋନା ଟେଷ୍ଟିଙ୍ଗ କରାଇବା ସହିତ ସିଡିପିଓ ବନବାସିନୀ ବିଶ୍ୱାଳ ଆର ଆରଆରଟି ଟିମ ସହଯୋଗରେ ଘରଘର ବୁଲି ସର୍ଭେ କାର୍ଯ୍ୟ କରାଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି । ଅବରୋଧ ଅଞ୍ଚଳର ଅବଶ୍ୟକୀୟ ସମସ୍ତ କାର୍ଯ୍ୟ ଗୁଡିକୁ ବୋଲଗଡ଼ ତହସିଲ ଦାୟିତ୍ବରେ ଥିବା ବିଡ଼ିଓ ଧୋବେଇ ନାଏକ ତଦାରଖ କରିବେ ବୋଲି ସୂଚନା ମିଳିଛି । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Leave A Reply

Your email address will not be published.