ଏକ ଲକ୍ଷଟଙ୍କା ମୂଲ୍ଯର ଶାଗୁଆନ କାଠ ଜବତ,ଦୁଇ ଗିରଫ ।

0 331

ମାଲକାନଗିରି,ତା:୦୨/୧୦(ପିପିଟି) ମାଲକାନଗିରି ଡିଏଫଓ ପ୍ରତାପ କଟାପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଏମଭି-୧୮ ଗ୍ରାମ ନିକଟରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ସେହି ଗାଡିରେ ୧୦ଟି ଶାଗୁଆନ କାଠ ଗଡି ବୋଝେଇ ହୋଇଥିଲା,ଯାହାର ସମୁଦାୟ କାଠର ପରିମାଣ ୪୦ କ୍ବିବିକ ଫୁଟ ଏବଂ ଏହାର ବଜାର ମୂଲ୍ଯ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୪ଟା ୩୦ ମିନିଟରେ ମାଲକାନଗିରି ବନ କର୍ମଚାରୀମାନେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଏମଭି-୧୮ ଗ୍ରାମ ନିରଟରେ ପହଞ୍ଚି ଥିଲେ !ପଡିଆ ଅଞ୍ଚଳରୁ ଏମଭି-୧୮ ଗ୍ରାମ ଦେଇ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର କମାଲିଗୁଡା ଭାୟା. ଏମଭି-୨୪ ଯିବା ରାସ୍ତାରେ ପୂର୍ବକୁ ଛକି ରହିଥିବା ବନ କର୍ମଚାରୀମାନେ ଏମଭି-୧୮ ଗ୍ରାମ ନିକଟରେ ଟ୍ରାକ୍ଟରଟିକୁ ଅଟକାଇ ଥିଲେ । ସେଠାରେ ଉର୍ମାଗୁଡା ଗ୍ରାମର ଶୁକା କବାସି(୨୦) ଏବଂ ମୁକା କବାସି (୪୫) ଦୁହେଁ ମିଶି ସେହି ଟ୍ରାକ୍ଟରରେ ୧୦ ଟି ବଡ ବଡ ଶାଗୁଆନ କାଠ ଗଡି ବୋଝେଇ କରି ନେଉଥିବା ବେଳେ ବନ କର୍ମଚାରୀମାନେ ଗାଡି ଏବଂ କାଠକୁ ଯବତ କରିଥିଲେ ।ଟ୍ରାକ୍ଟରଟି ପଡିଆ ବ୍ଲକ ଅନ୍ତର୍ଗତ ପାଡଗନ ପାଲ୍ଲୀ ଗ୍ରାମର ୱାଗା କବାସିଙ୍କର ବୋଲି ଜଣା ପଡିଛି । ମାଲକାନଗିରି ବନାଞ୍ଚଳ କେଶ ନଂ:୧୦୨/୨୦୨୧ ଅନୁସାରେ ଦୁଇ ଜଣ ଅଭିଯୁକ୍ତ ଶୁକା କବାସି ଏବଂ ମୁକା କବାସି ନାମରେ ମାମଲା ରୁଜୁ କରାଯାଇ ଆଜି କୋର୍ଟକୁ ଚାଲାଣ କରାଯାଇଛି । ଏହି ଚଢାଉ ମାଲକାନଗିରି ରେଞ୍ଜର ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ କରାଯାଇଥିବା ବେଳେ ବନପାଳ ମୋହନ ଗୁଡିଆ,ଦିବାକର ଜେନା, ବନରକ୍ଷୀ ପି.ସନ୍ତୋଷ,ରବି ନାରାୟଣ ଖଣ୍ଡୁଆଳ,ସୁଧିର କୁମାର ମୁର୍ମୁ ଏବଂ ୨୦ ଜଣ ସୁରକ୍ଷା କର୍ମୀମାନେ ଯୋଗ ଦେଇଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.