ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ, ଆସାମୀ ଫେରାର ।

0 911

କୋଦଳା,୦୩/୦୭(ପିପିଟି); କୋଦଳା ପୋଲିସ ହାତରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି!ବିଶେଷ ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ନିଜର ସହକର୍ମୀଙ୍କୁ ନେଇ ଫାସୀ ପଞ୍ଚାୟତର ବାତରାପଲ୍ଲୀ ଗ୍ରାମରେ ଥିବା ଏକ ଘରେ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରିଥିଲେ । ପୋଲିସ ଆସିବା ଖବର ପାଇ ଉକ୍ତ ଘରକୁ ଚାବି ମାରି ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲା । ସାରା ରାତି ପୋଲିସ ରହିଲା ପରେ ଆଜି ଦିନ ୧ ଘଣ୍ଟା ସମୟରେ ଗଞ୍ଜାମ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଙ୍କ ଉପସ୍ଥିତି ରେ ଉକ୍ତ ଘରର ତାଲାଭାଙ୍ଗି ସେଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ ।ବହୁ ସମୟ ତଦନ୍ତ ପରେ ମଧ୍ୟ ଉକ୍ତ ଘରର ପ୍ରକୃତ ମାଲିକକୁ ନ ପାଇ ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଜବତ କରି କୋଦଳା ଥାନା ପରିସରକୁ ଅଣାଯାଇଥିଲା । ଏହାକୁ ନେଇ ମାଜିଷ୍ଟ୍ରେଟ ଦାଇତ୍ୱ ରେ ଥିବା ଅତିରିକ୍ତ ତହସିଲଦାର କହିଥିଲେ ଯେ ଜବତ ଗଞ୍ଜେଇ ପ୍ରାୟ ୧୦ କୁଇଣ୍ଟାଲରୁ ଉରକ ହେବ ଏବଂ ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ଵ ହେବ ସେହି ଘରଟି କାହାର ତଦନ୍ତ କରିବା ପାଇଁ ଆରଆଇଙ୍କୁ ଦାୟିତ୍ୱ ଦିଆଯାଇଛି । ଆରଆଇ ଶେଖର ଚନ୍ଦ୍ର ସେଠୀଙ୍କ କହିବା ପ୍ରକାରେ ବେତେରାପଲି ଗ୍ରାମର ଉକ୍ତ ଘରଟି ଖାତା ନମ୍ବର ୫୮ ଓ ପ୍ଲଟ ନମ୍ବର ୧୧୧୨ ଯାହାକି ୨୭ ଜଣଙ୍କ ନାମରେ ଅଛି କିନ୍ତୁ ଯିଏ ସେହି ଘରେ ରହୁଥିଲେ ତାଙ୍କରି ନାମକୁ ଆମ୍ଭେ ପୋଲିସକୁ ରିପୋର୍ଟ ଦେବୁ । ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଥିଲେ ଯେ ଉକ୍ତ ଘର କାହାର ରିପୋର୍ଟ ଆସିବା ପରେ ଆସାମୀ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଗଞ୍ଜେଇର ଓଜନ ୧୦ କୁଇଣ୍ଟାଲରୁ ଅଧିକ ହେବ ଏବଂ ଅନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକା ହେବ ବୋଲି କହିଥିଲେ । ଦୁଇ ମାସ ମଧ୍ୟରେ କୋଦଳା ପୋଲିସର ତୃତୀୟ ବୃହତ ସଫଳତା । କିଛିଦିନ ପୂର୍ବେ କାଞ୍ଚଣା ଓ ବାଲିପୋଇ ନିକଟରୁ ଗୋଟିଏ ଟ୍ରାକ୍ଟର ଏବଂ ଡାଲାଅଟୋ ଭର୍ତ୍ତି ଗଞ୍ଜେଇ ଜବତ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.