ହିଞ୍ଜିଳିକାଟୁ,୨୦/୦୯(ପିପିଟି): ଆଜି ସକାଳ ୧୦ଘଣ୍ଟ ସମୟରେ ହିଞ୍ଜିଳି ପୌରାଞ୍ଚଳ ରେ ଥିବା ଏକ୍ସସିସ ବ୍ୟାଙ୍କ ତରଫରୁ ବ୍ୟାଙ୍କ ଋଣ ମେଳା ହୋଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଏକ୍ସିସିସ ବ୍ୟାଙ୍କ ର ଶାଖା ପରିଚାଳକ ଅର୍ଚ୍ଚନା ପ୍ରୟାଦର୍ଶନୀଙ୍କ ନେତୃତ୍ୱରେ ହିଞ୍ଜିଳି କାଟୁ ସ୍ଥିତ ନୂତନ ବସଷ୍ଟାଣ୍ଡ ଠାରେ ବିଭିନ୍ନ ପ୍ରକାର ଋଣ ଗ୍ରାହକ ମାନଙ୍କୁ ଦେବା ନିମନ୍ତେ ଏକ ମେଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାହକ ମାନଙ୍କୁ ଆକୃଷ୍ଟ ବିଭିନ୍ନ ପ୍ରକାର ଋଣ ତଥା ଯାନବାହନ ଋଣ, ବାସଗୃହ ଋଣ,ଘରୋଇ ନିର୍ମାଣ ସାମଗ୍ରୀ ଋଣ, ବ୍ୟବସାୟ ଋଣ କମ ସୁଦ୍ଧ ରେ ସମସ୍ତ ପ୍ରକାର ଋଣ ଦିଆଯିବାପାଇଁ ଶାଖା ପରିଚାଳକ ଅର୍ଚ୍ଚନା ପ୍ରିୟଦର୍ଶିନୀ ମତ ପ୍ରକାଶ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସଂଗ୍ରାମ ନାୟକ, ମନୋଜ କୁମାର ପାତ୍ର, ରାହୁଲ ନାୟକ, ସୁଜ୍ଞାନୀ ପାଢ଼ୀ, ଜଗତ ସିଂ ବେହେରା, ରାଜେଶ କୁମାର ପ୍ରଧାନ ପ୍ରମୁଖଙ୍କ ସମେତ ବ୍ୟାଙ୍କର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।
( ରିପୋର୍ଟ – ସାନ୍ତନୁ କୁମାର ବେହେରା)
Next Post