ବୋଲଗଡ,୨୪/୧୧(ପିପିଟି); କରୋନା ମହାମାରି ସାରା ବିଶ୍ବକୁ ଗ୍ରାସ କରିଥିବା ବେଳେ କଳାକାରମାନେ ବି ଏହାର କୋପରୁ ବର୍ତ୍ତୀ ନାହିାଁନ୍ତି ସବୁକିଛି ଠପ୍ ହୋଇଯାଇଥିଲା ବେଳେ ସରକାରି କରୁଣା ଦୃଷ୍ଟି ରୁ କିନ୍ତୁ କଳାକାରମାନେ ବି ଯାଇଛିନ୍ତି ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା କଳାକାର ସଂଘ ତରଫରୁ ସ୍ଥାନୀୟ ବୋଲଗଡ ବକ୍ଲ ସ୍ଥ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ବ୍ଳକର କଳାକାର ମାନଙ୍କୁ ଏକାଠି କରି ପଞ୍ଜିକରଣ କାର୍ଯ୍ୟକ୍ରମରେ ଜିଲା ସଂଘର ସଭାପତି ଧୃବଚରଣ ମହାପାତ୍ର ମୁଖ୍ୟବକ୍ତାଭାବେ ଅଟଲ ଧର୍ମରାଜ ସମାନୀତ ଅତିଥି ଭାବେ ଜୋତିଶଙ୍କର ପଟ୍ଟନାୟକ ଯୋଗଦେଇଥିଲେ କାର୍ଯ୍ୟକ୍ରମରେ କଳାକାରମାଙ୍କେ ଏକ ହୋଇ ନିଜ ନିଜର ପରିଚୟ ସରକାରଙ୍କ ପାଖରେ ପହଞ୍ଚାଇବା ପ୍ରୟାସକୁ ଅତିଥିମାନେ ପ୍ରସଂଶା କରିବା ସହିତ ସମସ୍ତେ ଏକ ହୋଇ ସରକାରଙ୍କ ନିକଟରେ ଅନୁସାଙ୍ଗିକ ସୁବିଧା ହାସଲପାଇଁ ଏହାର ମୁଳଦୁଆ ପଡିଲା ବୋଲି ମୁଖ୍ୟ ବକ୍ତା ଅଟଲ ଧର୍ମରାଜ ଦୃଢୋକ୍ତି ପ୍ରକାଶ କରିଥିଲେ କାର୍ଯ୍ୟକ୍ରମରେ ୧୬୦ ଜଣ କଳାକାର ପଞ୍ଜିକୃତ ହୋଇଥିବାବେଳେ ଆଗାମୀ ଦିନରେ ଲୁଚିରହିଥିବା କଳାକାରମାନଙ୍କୁ ଖୋଜି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଠା ଅବିନାଶ କୁମାର ସୁବୁଦ୍ଧି ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )