ଋଷିକୁଲ୍ୟା ରୟତ ମହାସଭା ପୋଲସରା ତରଫରୁ ୫ ଦଫା ଦାବି ପୁରଣନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ ।

0 198

ପୋଲସରା,୨୬/୦୩(ପିପିଟି) ଭାରତବନ୍ଦ ପରିପ୍ରେକ୍ଷୀରେ ପୋଲସରା ଋଷିକୁଲ୍ୟା ରାୟତମହାସଭା ତରଫରୁ ୫ ଦଫା ଦାବି ପୂରଣ କରିବାକୁନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଅଛି । ପତ୍ର ସଂଖ୍ୟା ୧୪/୨୧ ପ୍ରକାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାସ୍ ହୋଇଥିବା ତିନୋଟି କୃଷକ ଓ ଖାଉଟି ବିରୋଧି ବିଲ୍ କୁ ପ୍ରତ୍ୟାହାର କରିବା,ଟୋକାନ ଅବଧିକୁ ବଢାଇବା ସହ ଚାଷୀଙ୍କ ଠାରୁ ଧାନ କିଣାଯିବା , ପୋଲସରା ଏନ୍.ଏ.ସିରେ ବସବାସ କାରୀରହୁଥିବା ଭୂମିହୀନ ଓ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯିବା, କ୍ଷୁଦ୍ର ଜଳସେଚନ ବିଭାଗର ସମସ୍ତ ବନ୍ଧ ଓ ଚେକ୍ ଡ୍ୟାମ ଗୁଡ଼ିକର ପୁନରୁଦ୍ଧାର କରାଇ ନିର୍ମାଣ କରାଯିବା , ଗ୍ରାମଞ୍ଚଳ ପରି ସହରରେ ମନରେଗା ଯୋଜନାରେ ପଞ୍ଜିକୃତ ଓ ଅଣପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ, ଗରିବ ଶ୍ରେଣୀର ମହିଳା ମାଆ ମାନଙ୍କୁ ଏନ୍.ଏ.ସି ଓ ବ୍ଲକ୍ ମୂର୍ତ୍ତିକା ସଂଗ୍ରକ୍ଷଣ ବିଭାଗ ମାଧ୍ୟମରେ କର୍ମଯୋଗାଇ ଦିଆଯିବାକୁନେଇ ଦାବିପତ୍ର ସଭାପତି ସତ୍ୟବାନ ପ୍ରଧାନଙ୍କ ଦ୍ଵାରା ପୋଲସରା ତହସିଲଦାରଙ୍କ ଜରିଆରେ ପ୍ରଦାନକରାଯାଇଛି । ଏହି ଆନ୍ଦୋଳନ ରେ ଅନୁଷ୍ଠାନର ଉପଦେଷ୍ଟା ହିନ ସ୍ୱାଇଁ , ସମ୍ପାଦକ ଶଙ୍କର ଡାକୁଆ ,ଜୋତିର୍ମୟ ଦାସଙ୍କ ସମେତ ଅନ୍ୟସମସ୍ତ କର୍ମକର୍ତ୍ତା, ମହିଳା ଓ ପୁରୁଷମାନେ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମ ବେଳେ ମହାସଭା ତରଫରୁ ସ୍ଥାନୀୟ ଏନ୍.ଏ.ସି କାର୍ଯ୍ୟାଳୟ ଓ ବିଡ଼ିଓ କାର୍ଯ୍ୟାଳୟ ,ଏଚ.ଡି.ଏଫ୍.ସି ବ୍ୟାଙ୍କ , ୟୁନିୟନ୍ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରାଯାଇଥିଲା ।
( ରିପୋର୍ଟ୍- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.