ଉଲୁଣ୍ଡା ବ୍ଲକ ବଡାଲି ଗ୍ରାମରେ ନିମ୍ବାର୍କ ଜୟନ୍ତୀ ପାଳିତ ।

0 257

ଉଲୁଣ୍ଡା,୨୦/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବଡାଲି ଠାରେ ୫୧୧୭ ତମ ନିମ୍ବାର୍କ ଜୟନ୍ତୀ ପାଲିତ ହୋଇଯାଇଛି । ପୁରୀ ରାମଜୀ ମଠର ମହନ୍ତ ବଂଶିଧରଜୀ ମହାରାଜଙ୍କ ତତ୍ୱାବଧାନ ଏବଂ ବଡାଲି ଗ୍ରାମବାସିଙ୍କ ସହଯୋଗରେ ନିମ୍ବାର୍କ ଜୟନ୍ତୀ ପାଲିତ ହୋଇଯାଇଛି । ଏହି ଅବଶରରେ ଶ୍ରୀ ରାଧା ଶର୍ବେଶ୍ୱର ପୂଜନ, ଗୁରୁ ପୁଜନ, ଶାମୁହିକ ଗୋପାଲ ସହସ୍ରନାମ ପାଠ ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଜୟ ପଣ୍ଡା ଓ ରାମାନୁଜ ପୁଝାରୀ ପୁଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ହଜାର ହଜରା ଭକ୍ତ ସମାଗମ ହୋଇଥିଲା । ପରିଚାଲନ କମିଟିର ସଭାପତି ଧୃବଚରଣ ପାଣିଗ୍ରାହୀ, ସଂପାଦକ ଲକ୍ଷ୍ମଣ ପାଣ୍ଡିଆ,କୃଷ୍ଣଚନ୍ଦ୍ର ମିଶ୍ର, କୈଲାସ ପୁରୋହିତ,ସୌମିତ୍ରୀ ପୁରୋହିତ ତଥା ଗ୍ରାମବାସୀମାନେ ପରିଚାଲନାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.