ଉଲୁଣ୍ଡା ବ୍ଲକ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ଗଠିତ ।

0 251

ଉଲୁଣ୍ଡା,୧୪/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀପାତାଳି କ୍ଷେତ୍ର କୋଟସମଲାଇ ଠାରେ ବ୍ଲକର ଡିଜିଟାଲ ମିଡ଼ିଆର ସାମ୍ବାଦିକ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇ ଯାଇଥିବାବେଳେ ଏହି ସଭାରେ ଉଲୁଣ୍ଡା ବ୍ଲକ ଡ଼ିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବରେ ଲେଖରାଜ ସାଗର,ସମ୍ପାଦକ ଭାବରେ ରାମଶଙ୍କର ସାମନ୍ତରା ଓ ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ଆଦିତ୍ୟ ପୁରୋହିତ, ରାଜେନ୍ଦ୍ର ପଧାନ ଚୟନ ହୋଇଥିବା ବେଳେ ପ୍ରେମାନନ୍ଦ ନାଏକ୍,ସରୋଜ ପ୍ରକାଶ ପଧାନ, ରାଜେଶ କୁମାର ବାଘ, ଶାନ୍ତନୁ କୁମାର କର୍ଣ୍ଣ ଓ ମହିଳା ସାମ୍ବାଦିକା ମମତା ପୁଟେଲ ଙ୍କୁ ସାଧାରଣ ସଦସ୍ୟ ଭାବରେ ଚୟନ କରାଯାଇଥିଲା। ଆଗକୁ ଉଲୁଣ୍ଡା ବ୍ଲକ ଡ଼ିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ସାମାଜିକ ଓ ଜନହିତକର କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେବା ସହ ଲୋକଙ୍କ ସମସ୍ୟାଙ୍କୁ ସରକାର ନିକଟରେ ପହଞ୍ଚାଇବା,ଅନ୍ୟାୟ ଅତ୍ୟାଚାର ବିରୋଧ କରିବା ସହ ଖବର ମାଧ୍ୟମରେ ରୋକିବା ପାଇଁ ନିଷ୍ପତ୍ତି ନିଆଯାଉଥିଲା। ଶେଷରେ ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଧନ୍ୟବାଦ ଅର୍ପଣ ଦେଇଥିଲେ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.