ଉଲୁଣ୍ଡା,୨୩/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ଭାବେ କାଦୋଦର ଗ୍ରାମପଞ୍ଚାୟତର ସମିତି ସଭ୍ୟ ସଂଜୀବ କୁମାର ଦେହୁରୀ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି ।ଏହି ବ୍ଲକ ର ସମସ୍ତ ସମିତି ସଭ୍ୟ/ସଭ୍ୟା ଆଜିର ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ଥିବା ବେଳେ କେବଳ ସଂଜୀବ କୁମାର ଦେହୁରୀ ଏକମାତ୍ର ପ୍ରାର୍ଥୀ ଭାବେ ଉପାଧ୍ୟକ୍ଷ ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଫଳରେ ତାଙ୍କର କେହି ପ୍ରତିଦ୍ବନ୍ଦୀ ନ ଥିବାରୁ ତାଙ୍କୁ ଉପାଧ୍ୟକ୍ଷ ଭାବରେ ଘୋଷଣା କରାଯାଇଥିଲା ।ଏଠାରେ ସୂଚନାଯୋଗ୍ୟ ଶ୍ରୀ ଦେହୁରୀ ଜଣେ ସଫଳ ବ୍ୟବସାୟୀ ହୋଇଥିବାରୁ ରାଜନୀତି ଜରିଆରେ ଜନ ସାଧାରଣଙ୍କର ସେବା କରିପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ,କୃତିବାସ ମିଶ୍ର ସମେତ ବ୍ଲକର ସମସ୍ତ ସମିତି ସଭ୍ୟ/ସଭ୍ୟ ତଥା ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )