ଉଲୁଣ୍ଡା ବ୍ଲକର ବିଭିନ୍ନ ପଂଚାୟତରେ ଓଡିଶା ପୃଷ୍ଟି ମହୋତ୍ସବ ପାଳିତ ।

0 321

ଉଲୁଣ୍ଡା,୩୧/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଓଡିଶା ଜୀବିକା ମିଶନ ତରଫରୁ ସମସ୍ତ ପଂଚାୟତ ମହାସଂଘ ତଥା ଆଞ୍ଚଳିକ ମଞ୍ଚ ତରଫରୁ ବିପିଏମ କେଶବ ଚନ୍ଦ୍ର ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଓଡିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପଞ୍ଚାୟତ ମହାସଂଘର ସଭାପତି ଓ ସମ୍ପାଦକ ତଥା ସ୍ୱୟଂ ସଜୟିକା ଗୋଷ୍ଠୀର ମହିଳାମାନେ ନିଜ ନିଜ ପଂଚାୟତରେ ପାଳନ ହୋଇଥିବା ପୃଷ୍ଟି ମହୋତ୍ସବରେ ଯୋଗଦେଇ ଥିବାବେଳେ ଆଞ୍ଚଳିକ ମଞ୍ଚର ସିଆରପି ମାନେ ଆୟୋଜନ କରିଥିଲେ । ନିଜ ଘର ପାଖରେ ହୋଇଥିବା ବଗିଚା ମାନଙ୍କରେ ପୃଷ୍ଟିକର ଜାତୀୟ ପନିପରିବା ସମସ୍ତ ଶସ୍ୟ ଜାତୀୟ ଖାଦ୍ୟକୁ ଏହି ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା । ଉକ୍ତ ପ୍ରଦର୍ଶିତ ପନିପରିବା ଖୁବ କମ ପରିଶ୍ରମ ଏବଂ ବିନା ରାସାୟନିକ ସାର ଔଷଧରେ ଉତ୍ପାଦନ ସହ ଜୈବିକ ଖତ ସାର ଆଦି ବ୍ୟବହାର କରି ନିଜ ବାଡ଼ିରେ କିଭଳି ପୃଷ୍ଟିକର ପନିପରିବା ପାଇପାରିବେ ସେ ନେଇ ମହୋତ୍ସବରେ ଉପସ୍ଥିତ ମହିଳା ମାନଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଗତ ୨୭ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହୋଇଛି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.