ଉଲୁଣ୍ଡା ଅଞ୍ଚଳରେ ହାତୀ ଉପଦ୍ରବ : ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି,ଧାନ ଚାଉଳ ଖାଇଲେ ।

0 318

ଉଲୁଣ୍ଡା,୨୯/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଗତରାତିରେ ପୁଣି ହାତୀପଲ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । କିଛିଦିନ ହେଲା ଏହି ଅଞ୍ଚଳକୁ ହାତୀପଲ ଆସି ଏ ଅଂଚଳରେ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ହାତୀ ଉପଦ୍ରବ ଯୋଗୁଁ ଚଡେଇପଙ୍କ,ଏସ ପତ୍ରାପାଲି, ଯଉଁରାଭଉଁରା, ସିଂଢୋଲ ଗ୍ରାମ ପଂଚାୟତରେ ଧାନ,ପନିପରିବା ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ତେବେ ଗତ ବିଳମ୍ବିତ ରାତିରେ ସିଂଢୋଲ ପଂଚାୟତ ସାହାଣିଡିହ ଓ ମାଟୁପାଲି ଗାଁରେ ଘରଭାଙ୍ଗିବା ସହ ଧାନ, ଚାଉଳ ଖାଇଦେଇଥିବା ଜଣାପଡିଛି । ସାହାଣିଡିହ ର ନିଧିଅଲ ସୁରିନଙ୍କ ଘରେ ବିଳମ୍ବିତ ରାତ୍ରିରେ ଘରେ ପଶି ୨ବସ୍ତା ଚାଉଳ,୪ବସ୍ତା ଧାନ ଖାଇଦେଇଥିବା କହିଛନ୍ତି । ସେହିପରି ମାଟୁପାଲି ଗ୍ରାମର ଦାଶରଥି ସିଂ ଙ୍କ ଘରେ ପଶି ଧାନ ଖାଇଦେଇଥିବା ଜଣାପଡିଛି । ଲୋକଙ୍କ କହିବା ଅନୁସାରେ ଗତ କିଛି ଦିନ ହେଲା ଏହି ଅଂଚଳରେ ହାତୀ ଆତଙ୍କ ଖେଲାଉଥିବାରୁ ଅଂଚଳର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ସନ୍ଧ୍ୟା ହେଲେ ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି । ଯଥାଶୀଘ୍ର ହାତୀ ଘଉଡ଼ାଇ ସମସ୍ୟାର ସମାଧାନ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.