ଉଲୁଣ୍ଡା ଅଂଚଳରେ ହାତୀ ଉପଦ୍ରବ : ଆକ୍ରମଣରେ ଜଣେ ମୃତ ।

0 355

ଉଲୁଣ୍ଡା,୦୬/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଯଉଁରାଭଉଁରା ଗ୍ରାମ ପଂଚାୟତ ହାତୀପାହୁଲ ଗ୍ରାମରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି ।ମୃତକ ଜଣକ ହେଲେ ୫୭ ବର୍ଷୀୟ ଉଗ୍ରସେନ ଭୋଇ । ଉଲୁଣ୍ଡା ବ୍ଲକର ଏହି ଅଂଚଳରେ ଗତ କିଛି ଦିନ ହେଲା ରେଢ଼ାଖୋଲ ଅଂଚଳର ହାତୀପଲ ରହି ଆସୁଥିବାବେଳେ ସନ୍ଧ୍ୟା ପରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ପ୍ରାପ୍ତ ସୂଚନାନୁସାରେ ହାତୀ ଧାନ ଖାଇଦେଉଥିବାରୁ ପ୍ରତିଦିନ ଭଳି ଗତ ରାତିରେ ଗ୍ରାମରେ ନିଜ ବିଲକୁ ଧାନ ଜଗିବାକୁ ଯାଇଥିଲେ । ସେଠାରେ ଗଛ ଉପରେ ଥିବା ମଞ୍ଚା ଉପରକୁ ଚଢୁଥିବା ବେଳେ ହାତୀଟାଣି ନେଇ କଚାଡି ଦେଇଥିବା ଜଣା ପଡିଛି । ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ସେପଟେ ଉଗ୍ରସେନଙ୍କୁ ହାତୀ ମାରିଦେଇଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ପାଇଁ ଦାବି କରାଯାଇଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.