ଉଲୁଣ୍ଡାରେ ବ୍ଲକ ସ୍ତରୀୟ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳିତ ।

0 265

ଉଲୁଣ୍ଡା,୦୫/୦୩(ପିପିଟି);ଆଜି ଆଧୁନିକ ଓଡିଶାର ନିର୍ମାତା,ପଞ୍ଚାୟତିରାଜ ବ୍ୟବସ୍ଥା ର ପ୍ରବକ୍ତା ତଥା ମହିଳା ସଶକ୍ତିକରଣର ପ୍ରବର୍ତ୍ତକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁ ଙ୍କର ୧୦୫ତମ ଜନ୍ମ ଜୟନ୍ତୀ ।ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରୁଛି ସାରା ରାଜ୍ୟ ।ଏହି କ୍ରମରେ ଉଲୁଣ୍ଡା ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତିରାଜ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଉଲୁଣ୍ଡା ବିଡ଼ିଓ ହେମସାଗର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିଥୀ ଭାବରେ ଉଲୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷା ମିତାଲି ମହାକୁର,ଉପାଧ୍ୟକ୍ଷ ଅଶୋକ ପଣ୍ଡା, ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ବିଜୁ ପଟ୍ଟନାୟକଙ୍କ ଅମର ଗାଥାକୁ ସ୍ମରଣ କରି ଆଜିର ଏହି ପଞ୍ଚାୟତିରାଜ ଦିବସର ଅନୁଚିନ୍ତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।ଏଥିରେ ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ,ଜିଆରଏସ ମାନଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.