ଉମାଦେବୀ ଆଞ୍ଚଳିକ କଲେଜରେ ଯୁକ୍ତଦୁଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

0 248

ଉଲୁଣ୍ଡା,୧୮/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ମାଁ ଉମାଦେବୀ ଆଂଚଲିକ କଲେଜରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।କଲେଜ ଅଧ୍ୟକ୍ଷ ବହ୍ଲଭ ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର ବକ୍ତା ଭାବରେ ଯୋଗଦେଇ ଶୃଙ୍ଖଳିତ ଆଚରଣ ଓ ସଂସ୍କାରୀତ ଜୀବନ ଯାପନକୁ ପାଥେୟ କରି ଜୀବନକୁ ସରସ ସୁନ୍ଦର ଭାବରେ ଗଢି ତୋଳିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ସୁଶାନ୍ତ ଦେହୁରୀ, ବାଲମୁକୁନ୍ଦ ବାରିକ, ଉଦ୍ଧବ ପଧାନ, ଅଧ୍ୟାପିକା ସାଧନା ମେଲ୍ଲୀ, ରଂଜିତା ମିଶ୍ର ପ୍ରମୁଖ ମଂଚାସୀନ ହୋଇଥିଲେ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଅନିଷା ବେହେରା ମାଲି, ସ୍ୱାଗତିକା ବଡମାଲି, ଜଶୋଦା ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ । ଶମ୍ଭୂ ପ୍ରସାଦ ଭୋଇ, ନରୋତମ କର୍ମୀ, ଯୋଗିନ୍ଦ୍ର ପଧାନ, ସଂଜୀବ ଦନ୍ତା, ସୁଶାନ୍ତ ମିଶ୍ର ପ୍ରମୁଖ ସହେଯାଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.