ଉଫୁଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

0 321

ଉଲୁଣ୍ଡା,୩୧/୦୧(ପିପିଟି);ସୁବର୍ଣ୍ଣପୁର ଜିଲା ବିରମହରାଜପୁର ବ୍ଲକର ସର୍ବ ପୁରାତନ ସ୍କୁଲ ଉଫୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁବିଣା ମିଶ୍ର ଆବାହକତ୍ଵରେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ବୈଠକରେ ଯୋଗ ଦେଇଥିଲେ ।ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଜୟନ୍ତୀ ପାଳନ ପାଇଁ ଉପଯୁକ୍ତ ସମୟ ବୋଲି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ମତ ରଖିଥିବାବେଳେ ସ୍କୁଲର ପୁରାତନ ଛାତ୍ର ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଏହି ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କଡ଼ିଥିବା ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ଖଣ୍ଡାୟତଙ୍କ ସମେତ ପୁରାତନ ଛାତ୍ର ଗିରିଧାରୀ ହୋତା,ପଟାରୀ ରଣା, ପ୍ରଫୁଲ୍ଲ ଡାଙ୍ଗ,ଗୋପୀନାଥ କର୍ଣ୍ଣ, ଦେବଦତ୍ତ ଶତପଥୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।ପୁଣି ଆସନ୍ତା ଶନିବାର ଦିନ ପରବର୍ତୀ ପ୍ରସ୍ତୁତି ବୈଠକ ହେବ ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.