ଉଲୁଣ୍ଡା,୦୭/୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ଠାରେ ମାଁ ମାହେଶ୍ୱରୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ବୀରମହାରାଜପୁର ସ୍ଥିତ ରଜାଦନ୍ଧ( ପୋଖରୀ ) ନିକଟରେ ଗଙ୍ଗା ମାତାଙ୍କୁ ଆବାହନ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଏକ ଆଧ୍ୟାତ୍ମିକ ପରିବେଶରେ ଶତାଧିକ ମହିଳା ପୁରୁଷ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ନାମ ମଣ୍ଡପ ଠାରେ ସ୍ଥାପନା କରାଯାଇଥିଲା। ଏଥିରେ ପୂଜକ ସୀତାରାମ ପାଢ଼ୀ ପୂଜା କାର୍ଯ୍ୟ ତୁଲାଉଥିବା ବେଳେ ନାମ ମଣ୍ଡପ ଠାରେ ଆଲୋକ ହୋତା ସପତ୍ନୀକ କର୍ତ୍ତା ଦାୟିତ୍ୱ ଏବଂ ଯଜ୍ଞ ମଣ୍ଡପ ଠାରେ ଗିରିଧାରୀ ହୋତା ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ଗ୍ରାମବାସି ସହଯୋଗ କରୁଛନ୍ତି। ଏହି ଅବସରରେ ଆସନ୍ତା କାଲି ଠାରୁ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବା ସହ ଚାରିଦିନ ଧରି ମିନାବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପୁରାଣ ପଠନ କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )
Next Post