ଉପ ନିବନ୍ଧକ କାର୍ଯ୍ୟାଳୟ ସ୍ଥାପନ ଦାବିରେ ଆଜି ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ।

0 354

ଉଲୁଣ୍ଡା,୨୩/୧୧(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟ ସ୍ଥାପନ ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ଏକ ସପ୍ତାହ ହେଲା ଏହି ଦାବିରେ ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଆଜି ଉଲୁଣ୍ଡା ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା ।ଏହାକୁ ସମର୍ଥନ ଜଣାଇ ଅଂଚଳ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଗଣଧାରଣରେ ସାମିଲ ହେବାସହ ସକାଳ ୬ ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ପିକେଟିଂ କରି ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ,ଦୋକାନ ବଜାର,ଯାନ ବାହନ ଚଳାଚଳକୁ ବନ୍ଦ କରିଥିଲେ । ଏହି ବନ୍ଦକୁ ଦୃଷ୍ଟିରେ ରଖି ସ୍ଥାନିୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହିପରି ସୋନପୁର ସମ୍ବଲପୁର ରାସ୍ତାର ଉଲୁଣ୍ଡା ଠାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଉଲୁଣ୍ଡା ସହରର ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଥିଲା ।ଦୀର୍ଘ ଦିନରୁ ଉଲୁଣ୍ଡା ଠାରେ ଏକ ଉପ ନିବନ୍ଧକ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କେବଳ ପ୍ରତିଶୃତି ମିଳୁଥିବାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ସହ ଆଜି ଏହି ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା ଦିଆଯାଇଥିଲା । ଅଗାମୀ ଦିନରେ ଯଦି ସରକାର ଦେଇଥିବା ପ୍ରତିଶୃତି ପାଳନ ନ କରନ୍ତି ତାହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମଞ୍ଚର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.