ଭଞ୍ଜନଗର,୧୭/୦୫(ପିପିଟି); ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତଡମା ଗ୍ରାମ । ଏହି ଗ୍ରାମରେ କୋରନା କୁ ନେଇ କେତେ ସଚେତନ ଅଛନ୍ତି ଅଞ୍ଚଳବାସୀ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଇଣ୍ଡିଆ ପକ୍ଷରୁ ଲୋକଙ୍କୁ ମାସ୍କ ,ସାନିଟାଇଜର, ପୋଷାକ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଉପାନ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ତଡମା ଗ୍ରାମବାସୀ କରୋନାକୁ ନେଇ ବେଶ ସଚେତନ ରହିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଗଞ୍ଜାମ ହେଲ୍ପ ଇଣ୍ଡିଆ ପରିବାରର ଶିବ ଶଙ୍କର ପ୍ରଧାନ, ସରୋଜ ବିଷୋୟୀ, ଦିପୁ ଡାକୁଆ, ଅଜୟ ନାୟକ, ନିଲୁ ବିଷୋୟୀ, ଆଶିଷ ଗୌଡ଼, ମଣ୍ଟୁ ନାୟକ, ଆଦିତ୍ୟ ପ୍ରଧାନ, ମନୋଜ ଗୌଡ଼ ଉପସ୍ଥିତ ରହି ସଚେତନତା କରିଥିଲେ। ପ୍ରକାଶ ଥାଉ କି ହେଲ୍ପ ଇଣ୍ଡିଆ ସମଗ୍ର ଓଡ଼ିଶାରେ ତାର ସେବା ଜାରି ରଖିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗତ ଦୁଇ ବର୍ଷ ତଳେ ହେଲ୍ପ ଇଣ୍ଡିଆ ଗଂଜାମ ର ଏକ ଶାଖା ଭଞ୍ଜନଗର ବ୍ଲକ ମୁଜାଗଡ଼ ଠାରେ ଖୋଲା ଯାଇଥିଲା । ଆଉ ସେହି ଦିନ ଠାରୁ ହେଲ୍ପ ଇଣ୍ଡିଆ କଥା ରେ ନୁହେଁ କାମରେ ବିଶ୍ୱାସ କରେ ଏହି ମୂଳ ମନ୍ତ୍ରକୁ ନେଇ ଆଗେଇ ଚାଲିଛି । ହେଲ୍ପ ଇଣ୍ଡିଆ ଗଞ୍ଜାମ ସଭାପତି ଶିବ ଶଙ୍କର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସବୁ ବେଳେ ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀ ମାନ କାଯ୍ୟକ୍ରମ ହାତକୁ ନିଆଯାଇ ହେଲ୍ପ ଇଣ୍ଡିଆ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ, ରନ୍ଧା ଖାଦ୍ୟ ବଣ୍ଟନ, ପୋଷାକ ବଣ୍ଟନ, ଜରି ପାଲ ବଣ୍ଟନ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ମଧ୍ୟରେ ହେଲ୍ପ ଇଣ୍ଡିଆ ତାର ସେବା ଜାରି କାର୍ଯ୍ୟ ରଖିବ ବୋଲି ହେଲ୍ପ ଇଣ୍ଡିଆ ମୁଖ୍ୟ ପ୍ରଶାନ୍ତ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ହେଲ୍ପ ଇଣ୍ଡିଆ ଅନୁଷ୍ଠାନର ଏଭଳି ସେବା କାଯ୍ୟ କୁ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )