ଉପଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ସମ୍ବର୍ଦ୍ଧନା ।

0 156

ମାଲକାନଗିରି,୧୮/୦୭(ପିପିଟି): ମାଲକାନଗିରି ଗୁରୁଚାନ୍ଦ ଏଜୁକେସନ ଆଣ୍ଡ ଚାରେଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ସ୍ୱାଗତ ହୋଟେଲ ଠାରେ ଉପ ଜିଲ୍ଲପାଳ ଡଃ.ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କିଛି ଦିନ ତଳେ ସେ କଲୋମ୍ବିଆ ୟୁନିଭରସିଟ୍ ଦ୍ଵାରା ଡ଼କ୍ଟ୍ରେଟ୍ ଉପାଧିରେ ଭୂଷିତ ହୋଇଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଟ୍ରଷ୍ଟର ସଭାପତି ତଥା ସର୍ବ ଭାରତୀୟ ମତୁଆଚାର୍ଯ୍ୟ ରବିନ୍ଦ୍ରନାଥ ବିଶ୍ବାସ ସଭାପତିତ୍ବ କରିଥିଲେ ।‌ ମଞ୍ଚାସୀନ ଅତିଥିମାନେ ଶ୍ରୀ ଶ୍ରୀ ଗୁରୁଚାନ୍ଦଙ୍କ ଚୈଳଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ଡ଼ଃ ପରିଧି ସରକାର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ। ମାଲକାନଗିରି ଉପଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ବିଗତ ଦିନରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସଫଳତା ପୂର୍ବକ ନିଜର ଦାୟିତ୍ୱ ନିର୍ବାହ କରି ମାଲକାନଗିରିବାସୀଙ୍କୁ ନିଷ୍ଠା ଓ ନିସ୍ବାର୍ଥ ପର ସେବା ଯୋଗାଇ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଜିଲ୍ଲା ବାସୀଙ୍କର ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ଆଜି ଏହି ଡକ୍ଟରେଟ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ମାଲକାନଗିରି ତହସିଲଦାର ସବୀର ସାହା, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ ଭୁଜବଳ ପ୍ରମୁଖ ମଞ୍ଚାସୀନ ହୋଇ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଲିମେଳା ବିଇଓ ରମେଶ ଚନ୍ଦ୍ର ବରୋଇ , ଏବିଇଓ ଅନିମେଷ ମଣ୍ଡଳ, ଆଇନଜୀବୀ ଦୀନବନ୍ଧୁ ଦାସ, ଲକ୍ଷ୍ମଣ ଘରମୀ, କେ. ଦେଶୀରଜୁ ଅଚାରୀ, ପ୍ରଦୀପ ତାପାଲି, ଶିଶିର ମଣ୍ଡଳ, ଡ଼.ଏନ ଏନ ସରକାର, ଟ୍ରଷ୍ଟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଟ୍ରଷ୍ଟର ସମ୍ପାଦକ ରାଜ କୁମାର ବିଶ୍ବାସ ଧନ୍ୟବାଦ ଅର୍ପଣ କରିଥିଲେ l

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.