ଉପଜିଲ୍ଲାପାଳଙ୍କ ସାହାରା ପରିବାର ପରାମର୍ଶକେନ୍ଦ୍ର ପରିଦର୍ଶନ ।

0 189

ରାୟଗଡା,୧୪/୦୯(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବେ ସୋନାଲ ଜେନାଙ୍କ ଯୋଗଦାନ ପରେ ପ୍ରଥମ ଥର ପାଇଁ ରବିବାର ଦିନ ସାହାରା ପରିବାର ପରାମର୍ଶକେନ୍ଦ୍ର ପରିଦର୍ଶନ କରିଥିଲେ। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରର ଲକ୍ଷ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ୨୦୦୧ରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ଘରୋଇ ଗଣ୍ଡଗୋଳ ବିଶେଷ କରି ସ୍ୱାମୀ ସ୍ତ୍ରୀ ଗହଳି ସମାଧାନ କରିଥାଏ । ଏହିକେନ୍ଦ୍ରରେ ୧୯ ବର୍ଷ ମଧ୍ୟରେ ୫୦୦୦ରୁ ଉର୍ଦ୍ଧ୍ବ ମାମଲା ରୁଜ୍ଜୁ ହୋଇଥିବାବେଳେ ୩୦୦୦ରୁ ଉର୍ଦ୍ଧ୍ବ ମାମଲା ବିନା କୋର୍ଟକଚେରୀରେ ସମାଧାନ ହୋଇଛି।ଏହି କେନ୍ଦ୍ରର ମୁଖ୍ୟରୂପେ ଜିଲ୍ଲା ସ୍ତରରେ ଜିଲାପାଳ ଓ ଉପଖଣ୍ଡରେ ଉପଜିଲ୍ଲାପାଳ ରହିଥାନ୍ତି। ଜିଲ୍ଲା ସ୍ତରର ଅଧିକାରୀ ଓ ଜିଲ୍ଲା ପୋଲିସ ମଧ୍ୟ ଏହି କେନ୍ଦ୍ର ସହିତ ଓତପ୍ରୋତ ଭାବେ ଜଡିତ ହୋଇ ସମସ୍ୟା ସମାଧାନ କରିବାକୁ ସହଯୋଗ କରିଥାନ୍ତି।ଏହି କେନ୍ଦ୍ର ପରିଦର୍ଶନରେ ଉପଜିଲ୍ଲାପାଳ ସୋନାଲ ଜେନା ଅନୁଷ୍ଠାନର ସଚିବ ପ୍ରମୋଦ କୁମାର ସାହୁଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ସହାୟତା ଜିଲ୍ଲାପ୍ରଶାସନ ତରଫରୁ ଯୋଗାଇବାକୁ କହିଛନ୍ତି।କେନ୍ଦ୍ରର ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ର ଓ ଗୌରୀ ମହାଙ୍କୁଡ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କୁ ସ୍ଵାଗତ ଜଣାଇଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)

Leave A Reply

Your email address will not be published.