ଭଞ୍ଜନଗର,୨୮/୧୦(ପିପିଟି): ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀଙ୍କୁ ଗୁରୁବାର ଉପଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଏଥି ନିମନ୍ତେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ କଟେଇଥିବା ବିଶେଷ ମୁହୂର୍ତ୍ତ ଏବଂ ଅଭିଜ୍ଞତାକୁ ବଖାଣି ଥିଲେ। ସମୟାନୁବର୍ତ୍ତିତା, ଉତ୍ସର୍ଗୀକୃତ ସେବା, ଉତ୍ତମ ଲୋକ ସମ୍ପର୍କ ଇତ୍ୟାଦି ଗୁଣକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପ୍ରଶଂସା କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀଙ୍କୁ ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ବଦଳି ହୋଇଛି।ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଗୌରୀ ଶଙ୍କର ଶତପଥି କାର୍ଯ୍ୟରେ ଯୋଗ ଦେଇଛନ୍ତି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏଷ୍ଟାବ୍ଲିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ. ସନ୍ତୋଷ କୁମାର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅମିୟ କୁମାର ମିଶ୍ର, କାଳିନ୍ଦୀ ପାତ୍ର, ବନବିହାରୀ ସ୍ୱାଇଁ, ବିଶ୍ୱଜିତ ସେଠୀ, ସୁରଭି ପ୍ରଧାନ, ହେମାବତୀ ବେହେରା, ଭାରତୀ ବିଷୋୟୀ, ସନ୍ତୋଷ ମହାରଣା, ବଳରାମ ଜାନୀ, ମନୋଜ ବିଷୋୟୀ, ଗଗନ ଖାଡ଼ଙ୍ଗା, ଚନ୍ଦନ ବିଶ୍ୱାଳ, ବିବେକାନନ୍ଦ ମିଶ୍ର, ଦଣ୍ଡପାଣି ମଲ୍ଲିକ, ବିନାୟକ ପାତ୍ର, ଯୁଗଳ କିଶୋର ବେହେରା,କାହ୍ନୁ ଚରଣ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )