ଉଦଯାପିତ ହେଲା କ୍ରୀଡ଼ା ପ୍ରତିଯୋଗିତା ।

0 316

ମାଲକାନଗିରି,୦୬/୦୧(ପିପିଟି):ମାଲ୍ୟବନ୍ତ ମହୋତ୍ସବ ନେଇ ଚାଲିଥିବା ତିନି ଦିନିଆ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରିର ଅଧ୍ୟକ୍ଷ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତାର ସହ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ ହୋଇଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ କିଭଳି ଜନଜାତିଙ୍କ ପାରମ୍ପରିକ ଶିକାର ନିମନ୍ତେ ବ୍ଯବହାର କରୁଥିବା ତୀର ଚାଳନା ଆଜି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଲାଭ କରିପାରିଛି । ସେହିପରି ମଞ୍ଚରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ,ଅତିରିକ୍ତ ଜିଲ୍ଲପାଳ, ମହେଶ୍ୱର ଚନ୍ଦ୍ର ନାଏକ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଯାଇଛି। ଫୁଟବଲ୍, କବାଡି, ଖୋ ଖୋ ଓ ଆଥଲେଟିକ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ପରିଚାଳନା କରିଥିଲ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.