ଭଞ୍ଜନଗର,୦୪/୧୦(ପିପିଟି): କୃଷି ଆଇନ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ରବିବାର ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ କୃଷକମାନଙ୍କ ଉପରେ ବିଜେପି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢାଇ ୬ଜଣ ନିରୀହ କୃଷକଙ୍କ ପ୍ରାଣହାନି ଏବଂ ଅନ୍ୟ ୧୦ଜଣ ମଧ୍ୟ ଆହତ ହୋଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର ନିମନ୍ତେ କୃଷକମାନଙ୍କୁ ବିଜେପିର ବହୁ ନେତା ମଧ୍ୟ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଚାପ ପକାଉଛନ୍ତି। ଯାହାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରି ଏଭଳି ଏକ ବର୍ବରୋଚିତ ନରସଂହାରକୁ ବିରୋଧ କରି ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ସେହିପରି ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା, ଏସଆଇଟି ଜରିଆରେ ତଦନ୍ତ କରିବା ଏବଂ ହରିଆନାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିଜ ପଦବୀରୁ ବହିଷ୍କାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ପ୍ରଦାନ କରିଥିଲେ।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)
Prev Post