ଉତ୍ତର ଘୁମୁସର ବନଖଣ୍ଡରେ ଶିକାରୀ ସକ୍ରିୟ;ବାରହା ମାଂସ ଜବତ, ଜଣେ ଗିରଫ ।

0 435

ଭଞ୍ଜନଗର,୦୫/୧୦(ପିପିଟି): ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଅନେକ ସମୟରେ ବନ୍ୟପ୍ରାଣୀଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ବିଦ୍ୟୁତ ତାର ସଂଯୋଗ କରାଯାଉଛି। ଯାହା ଫଳରେ ବହୁ ବନ୍ୟଜନ୍ତୁ ସମେତ ସାଧାରଣ ଲୋକ ମଧ୍ୟ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଛନ୍ତି। ଗତ କିଛିଦିନ ତଳେ ମୁଜାଗଡ଼ ପଞ୍ଚାୟତ କୁଟୁଣୁକୁମ୍ପା ଗ୍ରାମର ଅଜା ଶିବରମ ନାୟକ ଓ ତାର ସମ୍ପର୍କୀୟ ନାତି ଶିକାର କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନାତିର ଗୁଳିରେ ଅଜା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲା।ସେହିପରି ମଙ୍ଗଳବାର ସକାଳେ ଭଞ୍ଜନଗର ନିକଟ ଗଣ୍ଡିଶୂଳା ଗ୍ରାମର ଭାସ୍କର ଦଳେଇ(୭୫) ଲଣ୍ଡେଇସାହିରେ ବୁଲି ବୁଲି ବାରହା ମାଂସ ଖୁଲମଖୁଲା ବିକ୍ରି କରୁଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ତାକୁ ଅଟକ ରଖି ତଲାସୀ ନେବାରେ ତାଠାରୁ ୧କେଜି ବାରହା ମାଂସ ସହ ସାଇକେଲ ଜବତ ହୋଇଛି। ସେ ଏହି ମାଂସ ମୁଜାଗଡ଼ରୁ କିଣିଆଣି ଏଠାରେ ବିକ୍ରୀ କରୁଥିବା ପ୍ରକାଶ କରିଛି। ଭାସ୍କରକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.