ପଦ୍ମପୁର,ତା-୦୯/୧୦(ପିପିଟି); ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ଆଜି ପାଇକମାଲ ଓ ଝାରବନ୍ଧ ତୋଫାନୀ ଗସ୍ତରେ ଆସି ଫେରି ଯାଇଛନ୍ତି। ସର୍ବ ପ୍ରଥମେ ଶ୍ରୀ ସାହୁ ନୃସିଂହନାଥ ମନ୍ଦିର ରେ ପହଞ୍ଚିଥିଲେ । କୋବିଡ଼-୧୯ ର ନିୟମ କାରଣରୁ ମନ୍ଦିର ଦର୍ଶନ ଉପରେ କଟକଣା ଥିବା କାରଣରୁ ସିଂହଦ୍ୱାରର ୧୦୦ ମିଟର ଦୂରରୁ ବିବୃକେଡ ପାଖରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଗସ୍ତ କାର୍ଯକ୍ରମ ଆରମ୍ଭ କରିଥିଲେ । ଏହାପରେ ଶ୍ରୀ ସାହୁ ଝାରବନ୍ଧ ବ୍ଲକ ଅଧିନସ୍ଥ ଟୁଙ୍ଗିଦାଦାର ଗ୍ରାମକୁ ଯାଇ କାଡ଼ା ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଥିଲେ ଓ ପାଣି ପଞ୍ଚାୟତ ର କର୍ମକର୍ତ୍ତା ତଥା ସଭ୍ୟ ମାନଙ୍କର ସହିତ ଆଲୋଚନା କରିଥିଲେ । ଏହାପରେ ସେ ଝାରବନ୍ଧ ବ୍ଲକ ଅଫିସକୁ ପହଞ୍ଚିଥିଲେ । ବ୍ଲକ ଅଫିସ ଠାରେ ଶ୍ରୀ ସାହୁଙ୍କୁ ସ୍ଥାନୀୟ ଜନସାଧାରଣ ଙ୍କର ଦ୍ୱାରା ସମ୍ମର୍ଧନା ଜ୍ଞାପନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ସାହୁ ୧୯୯୦ ରୁ ୧୯୯୩ ପର୍ଯନ୍ତ ତିନିବର୍ଷ ଝାରବନ୍ଧ ବ୍ଲକରେ ବିଡିଓ ଭାବରେ କାର୍ଯ୍ୟ ତୁଲାଇ ସାରିଛନ୍ତି । ଅନେକ ସମୟ ଧରି ଝାରବନ୍ଧର ଲୋକଙ୍କର ସହିତ ବିଭିନ୍ନ ଆଲୋଚନା କରି ଶ୍ରୀ ସାହୁ ଅତ୍ୟନ୍ତ ଖୁସି ଅନୁଭବ କରୁଥିବାର ଦେଖା ଯାଇଥିଲା । ଝାରବନ୍ଧ ର ଜନସାଧାରଣ ମଧ୍ୟ ଆଜି ଶ୍ରୀ ସାହୁ ଙ୍କୁ ନିଜ ଗହଣରେ ପାଇଁ ଅତ୍ୟନ୍ତ ଖୁସି ଅନୁଭବ କରି ଖୋଲା ମନରେ ଆଲୋଚନା କରିଥିଲେ । ବ୍ଲକ ଅଫିସ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ପରେ ଶ୍ରୀ ସାହୁ ତହସିଲଦାରଙ୍କର ଅଫିସକୁ ଯାଇ ସେଠାରେ ସମୀକ୍ଷା କରିବା ସହିତ ଲୋକେ କିଭଳି ସହଜରେ ସମସ୍ତ ସରକାରୀ ସୁବିଧା ଶୀଘ୍ର ପାଇ ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶ୍ରୀ ସାହୁ ଜଗଦଲପୁର ପଟରୁ ପଦ୍ମପୁର କୁ ଫେରିଯାଇଥିଲେ । ଆର.ଡି.ସି ଙ୍କ ଏହି ଗସ୍ତ କାର୍ଯକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ , ବରଗଡ଼ ପ୍ରୋଜେକ୍ଟ ଡ଼ାଇରେକ୍ଟର କୃତିବାସ ରାଉତ, ଝାରବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ରୁନୁ ଲାକ୍ରା , ବ୍ଲକ ଅଧ୍ୟକ୍ଷ ବିଜୟ ପ୍ରଧାନ , ତହସିଲଦାର ସୀମା ସବିତା କୁଲୁ , ଉପଖଣ୍ଡ ସୂଚନା ଅଧିକାର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଓ ପାଇକମାଲ ତହସିଲଦାର ମନୋଜ କୁମାର ମେହେର ଓ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ମେହେର ପ୍ରମୁଖ ପାଇକମାଲ ଠାରେ ଉପସ୍ଥିତ ଥିଲେ । ଝାରବନ୍ଧ ଠାରେ ନାଗରିକ କମିଟୀ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ କରାଯାଇଥିଲା । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)