ଉତ୍କଳ ସାହିତ୍ଯ ସଂସଦ ଦ୍ବାରା କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ୧୭୮ତମ ଜୟନ୍ତୀ ପାଳିତ।

0 610

ମାଲକାନଗିରି,ତା:୧୪/୦୧(ପିପିଟି); ମାଲକାନଗ୍ର୍ ସ୍ଥିତ ଏମ.ଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଉତ୍କଳ ସାହିତ୍ଯ ସଂସଦ ଆନୁକୂଲ୍ଯରେ କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ୧୭୮ତମ ଜୟନ୍ତୀ ପାଳିତ ହେୀଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ଉତ୍କଳ ସାହିତ୍ଯ ସଂସଦର ସଭାପତି କେଶବ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ମାଲକାନଗିରି ସେଚାଞ୍ଚଳ ଉନ୍ନୟନ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ବିଶ୍ବମ୍ବର ପାଣିଗ୍ରାହୀ,ମୁଖ୍ଯ ବକ୍ତା ଭାବେ ଟିଟିଲାଗଡ ସ୍ବୟଂ ଶାସିତ ମହାବିଦ୍ଯାଳୟର ଇଂରେଜୀ ଅଧ୍ଯାପକ ଜୟଦେବ କର,ସମ୍ମାନିତ ବକ୍ତା ଭାବେ ପଡିଆ ଆଞ୍ଚଳିକ ମହାବିଦ୍ଯାଳୟର ଅଧ୍ଯକ୍ଷ ପରମାନନ୍ଦ ମହାପାତ୍ର,ସମ୍ମାନିତ ଅତିଥିଭାବେ ମାଲ୍ଯବନ୍ତଶ୍ରୀର ସଂପାଦକ ମନୋଜ ସାହୁ,ସମ୍ମାନିତ ଅତିଥିଭାବେ ବାଣିଜ୍ଯ ବିଭାଗର ମୁଖ୍ଯ ଅଧ୍ଯାପକ ଡଃ ରଞ୍ଜନ କୁମାର ସ୍ବାଇଁ,କବି ଅନନ୍ତ କିଶୋର ନନ୍ଦ,ସମାଜ ସେବୀ ଡଃ. ବିଜୟ କୁମାର ବିଶ୍ବାସ ପ୍ରମୁଖ ଯୋଗ ଦେଇଥିଲେ । ଓଡିଆ ଭାଷାର ସଂକଟ କାଳରେ ଯୋଗଜନ୍ମା ମହାପୁରୁଷ ଭାବେ ଜନ୍ମ ନେଇଥିଲେ ଫକୀର ମୋହନ ସେନାପତି । ଓଡିଆ ସାହିତ୍ଯକୁ ଫକୀର ମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ । ସେ ଏକାଧାରରେ ଜଣେ , ଅନୁବାଦକ,ଗାଳ୍ପିକ ତଥା ଔପନ୍ଯାସିକ । ବ୍ଯାସ କବିଥିଲେ ଓଡିଆ କଥା ସାହିତ୍ଯର ଅପ୍ରତିଦ୍ବନ୍ଦୀ ଶିଳ୍ପୀ ।ତାଙ୍କର କାଳଜୟୀ ଗଳ୍ପ ଓ ଉପନ୍ଯାସ ପାଇଁ ସେ କଥା ସମ୍ରାଟ ଭାବେ ଓଡିଆ ସାହିତ୍ଯ ଜଗତରେ ଚିର ଜାଜୁଲ୍ଯମାନ ।ତାଙ୍କ ରଚିତ “ରେବତୀ” ଗଳ୍ପ ଭାରତୀୟ ସାହିତ୍ଯାକାଶରେ ଅନ୍ଯତମ ପ୍ରଥମ ଆଧୁନିକ କ୍ଷୁଦ୍ର ଗଳ୍ପ । ନାରୀ ଶିକ୍ଷା ଉପରେ ଆଧାରିତ ଏହି ଗଳ୍ପ ଅତି ଜନପ୍ରିୟ, ଯାହାକି ଆଜିର ଆଧୁନିକ ଯୁଗରରେ ମଧ୍ଯ ପ୍ରାସଂଗିକତାକୁ ମନେକରାଯାଏ । ଡାକମୁନ୍ସୀ,ପେଟେଣ୍ଟ ମେଡସିନ୍,ରାଣ୍ଡୀ ପୁଅ ଅନନ୍ତା, ଧୂଳଆବାବା,ପାଠୋଇ ବୋହୂ ଗୋଚାଏ ଗୋଟାଏ ସଂସ୍କାର ଧର୍ମୀ ଗଳ୍ପ ।ସେହିପରି ଫକୀର ମୋହନଙ୍କ ରଚିତ ଉପନ୍ଯାସ :-ଛ ମାଣ ଆଛଗୁଣ୍ଠ, ମାମୁ, ଲଛମା,ପ୍ରାୟଶ୍ଚିତ୍ତ ଅନ୍ଯତମ । ଛ ମାଣ ଆଠଗୁଣ୍ଠ ଫକୀର ମୋହନଙ୍କ ଶ୍ରେଷ୍ଠ କୃତ୍ତି ଉପନ୍ଯାସ ବୋଲି ସ୍ବୀକୃତି ଲାଭ କରିଛି । ସେ ୧୮୪୩ ମସିହା ୧୪ ତାରିଖ(ମକର ସଂକ୍ରାନ୍ତୀ) ଦିନ ବାଲେଶ୍ବର ସହରର ଉପକଣ୍ଠ ମଲ୍ଲୀକାଶପୁରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୧୮ ଜୁନ ୧୪ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ !ସେ ୧୮୬୮ ମସିହାରେ ପି.ଏମ ସେନାପତି ଆଣ୍ଡ କୋ ଉତ୍କଳ ପ୍ରେସ ସ୍ଥାପନ କରିଥିଲେ । ସେ ୧୮୭୧ ମସିହାରେ ଶିକ୍ଷକତା ଜୀବନ ସମାପ୍ତ କରି ସେ ନୀଳଗିରିରେ ଦେବାନ ହେୀଇଥିଲେ । ସେ ୧୮୯୬ରେ ଦେବାନ କାର୍ଯ୍ଯରୁ ଅବସର ନେଇ କଟକରେ ଅବସ୍ଥାନ କରୁଥିଲେ ୧୯୧୭ ମସିହାରେ ଉତ୍କଳ ସମ୍ମିଳନୀରେ ସଭାପତିତ୍ବ କରିଥିଲେ । ତାଙ୍କ ଜନ୍ମଦିନରେ ତାଙ୍କ ଅମ୍ଲାନ କୃତିକୁ ସ୍ମରଣ କରାଯାଇ ଶତଶତ ପ୍ରଣାମ ଜ୍ଞାପନ କରାଯାଇଛି । ଶେଶରେ ଶିକ୍ଷକ ପ୍ରମୋଦ କୁମାର ମିଶ୍ର ନିମନ୍ତ୍ରିତ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.