ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସାଂଗଠନିକ ବୈଠକ;ସାମ୍ୱାଦିକ ଏକତା ହେଲେ ସରକାରଙ୍କ ଉପରେ ଚାପ ବଢିବ ।

0 240

କନ୍ଧମାଳ,୨୮/୦୨(ପିପିଟି): କନ୍ଧମାଳ ଜିଲ୍ଲା ର ସାମ୍ବାଦିକ ମାନଙ୍କୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ଶାଖା ପକ୍ଷରୁ ଫୁଲବାଣୀ ନେଚର ରିଟ୍ରେଟ ପରିସରରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗ ଦେଇ ଜିଲ୍ଲା ସ୍ତରରେ ସାମ୍ବାଦିକ ମାନଙ୍କ ସମସ୍ୟାକୁ ନେଇ ଏକତା ରହିଲେ ସରକାରଙ୍କ ଉପରେ ଚାପ ବଢିବା ସଙ୍ଗେ ସଙ୍ଗେ ନିଜ ହକ ପାଇବାରେ ସୁଯୋଗ ସୃଷ୍ଟି ହୋଇପାରିବ, ଏଣୁ ପ୍ରତ୍ୟେକ ଜିଲ୍ଲା ବୁଲି ଏପରି ସାଂଗଠାନିକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି ବୋଲି ଶ୍ରୀ କର କହିଛନ୍ତି। ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ସଦାଶିବ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସାମ୍ବାଦିକ ମନୋରଂଜନ ରାୟ ଅତିଥି ମାନଙ୍କୁ ଉତ୍ତରୀୟ ସହ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ । ବୈଠକ ପ୍ରାରମ୍ଭରେ ସ୍ବର୍ଗତ ସାମ୍ୱାଦିକ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠସାମ୍ୱାଦିକ ସୁବାଷ ଚନ୍ଦ୍ରମହାରଣା, ପ୍ରେମଚାନ୍ଦ ସିଂ, ତ୍ରିନାଥ ସାହୁ, ବସନ୍ତ କୁମାର ବେହେରା,ପ୍ରଶାନ୍ତ ଜେନା, ବି.ଭି ଶଙ୍କର, ହିମାଂଶୁ ବେହେରା, ମାନସ ମଲିକ, ସୁଧାଂଶୁ କହଁର, ଅଶ୍ଵିନୀ ମନ୍ତ୍ରୀ,ଦୁଃଖୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସେମାନଙ୍କ ଖବରସଂଗ୍ରହ ସମୟରେ ସମସ୍ୟା ସଂପର୍କରେ ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ। ଫୁଲବାଣୀର ବ୍ରଜ ବିହାରୀ ନନ୍ଦ, ରାକେଶ ରାଉତ, ସୁଜିତ ବେହେରା, ବଳଦେବ ବେହେରା, ଶିବ ବିଶ୍ବାଳ, ବ୍ରଜ ନାୟକ ପ୍ରମୁଖଙ୍କୁ ଉପଢୌକନ ସହ ପୁଷ୍ପ ଗୁଚ୍ଛ ଦେଇ ରାଜ୍ୟ ସଭାପତି ଶ୍ରୀ କର ସମ୍ମାନିତ କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.