କୁଜଙ୍ଗ,୧୮/୦୧(ପିପିଟି); କୃଷି,କୃଷକ,ଗ୍ରାହକ ଓ ଜନସ୍ଵାର୍ଥ ଵିରୋଧୀ କୃଷି ଆଇନ ପ୍ରତ୍ଯାହାର ଦାଵିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ କମିଟି ନେତୃତ୍ଵରେ ନଭେମ୍ଵର ୨୭ରୁ ଦିଲ୍ଲୀର ସମସ୍ତ ପ୍ରଵେଶ ପଥରେ ଚାଲିଥିଵା ଲକ୍ଷ ଲକ୍ଷ କୃଷକଙ୍କ ଆନ୍ଦୋଳନ ସମର୍ଥନରେ ଭାରତୀୟ ଜାତୀୟ ମହିଳା ଫେଡେରେଶନ (NFIW) ଆହ୍ଵାନରେ ଉତ୍କଳ ମହିଳା ସମିତି ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କୁଜଙ୍ଗ ଶାଖା ଉତ୍କଳ ମହିଳା ସମିତି । ଆଜି କୁଜଙ୍ଗ ଶାଖା ସଭାନେତ୍ରୀ ଜିନ୍ମୟୀ ସାହାଣୀଙ୍କ ନେତୃତ୍ବରେ ପ୍ରାୟ ଶତାଧିକ ମହିଳା ଏକତ୍ରିତ ହୋଇ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନମାନ ଦେଇଥିଲେ । ଏହି ସଭାରେ ସିପିଆଇ ସହ ସଂପାଦକ ହୃଷିକେଶ ନାଥ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷକ ତଥା ଖାଉଟି ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଏଆଇଟିୟୁସି ଜିଲ୍ଲା ସଂପାଦକ ସୁବାସ ମହାପାତ୍ର ଦିଲ୍ଲୀ ସୀମାରେ ଦୀର୍ଘ ୫୯ଦିନ ଧରି ସଂଗ୍ରାମୀ କୃଷକମାନଙ୍କୁ ସେମାନଙ୍କ ପରିବାର ତଥା ସଂଗଠନ ଯୋଗାଇ ଦେଇଥିବା ମନୋବଳ ଓ ସାହାଯ୍ୟର ପ୍ରଶଂସା କରିବା ସହ ଏହି ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା କୃଷକ ମାନଙ୍କ ପରିବାର ର ସଦସ୍ୟ ମାନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଯୁବ ଓ ଛାତ୍ର ସଂଗଠନ ଏହି ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିବାରୁ ରାଜ୍ୟ ଯୁବ ସଂଗଠକ ଅଜୟ ବେହେରା ସେମାନଙ୍କୁ ଆମ ପିପିଟି ନ୍ଯୁଜ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)