ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ ।

0 254

କଟକ,୨୯/୦୮(ପିପିଟି); କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ବ୍ଲକ ବାରଦା ପଂଚାୟତର ବାରଦା ଗ୍ରାମର ଦଳେଇ ସାହି,କବେଇ ସାହି ଆଦି ବିଭିନ୍ନ ସ୍ଥାନରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟକ୍ରମ କରାଯିବାସହ ନୋଜମାସ୍କ ବଣ୍ଟନ କରାଯାଇଛି । ଏହି ମହତ ସେବାକାର୍ଯ୍ୟରେ ପରିଷଦର କର୍ମକର୍ତ୍ତା ସଞ୍ଜୟ ସାହୁ,ସଞ୍ଜୟ ସେଠୀ,ପ୍ରକାଶ ମିଶ୍ର, ସୌମ୍ୟ ରଂଜନ ସାହୁ,ସ୍ମୃତିରଂଜନ ସାହୁ,ବିନୋଦ ପରିଡ଼ା, ଵିଜୟ ସାହୁ,ଅକ୍ଷୟ ଦାସ,କୃଷ୍ଣଚନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଷଦ ବିଭିନ୍ନ ଶାଖା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଏହିପରି ସେବାକାର୍ଯ୍ୟ, ଜନସଚେତନତା,ସାହାଯ୍ୟ ସହଯୋଗ ଆଦି ଯୋଗାଇଦେବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଛନ୍ତି ।ପରିଷଦର ଏହିପରି ସେଵାକାର୍ଯ୍ୟକୁ ସାଧରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

Leave A Reply

Your email address will not be published.