ଉତ୍କଳମଣି ଗୋପବନ୍ଧୁ ସମାଜ ସେଵା ଗୋଷ୍ଠୀକେନ୍ଦ୍ରର ୯ତମ ପ୍ରତିଷ୍ଠା ଦିବସ ।

0 345

କଟକ,୧୫/୦୪(ପିପିଟି); କଟକ ସଦର ଅୟତପୁର ପଂଚାୟତର ଦାମୋଦରପୁର-୨ ଉତ୍କଳମଣି ଗୋପବନ୍ଧୁ ସମାଜସେଵା ଗୋଷ୍ଠୀକେନ୍ଦ୍ରର ୯ତମ ପ୍ରତିଷ୍ଠା ଦିବସ ଓ ଡ଼ଃ.ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ସ୍ଥାନୀୟ ଦାମୋଦରପୁର-୨ ମୁସଲିମ ସାହିରେ ପତିତ ପାବନ ନାୟକଙ୍କ ସଭାପତିତ୍ୱରେ ଅମର ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପାର୍ଥନା କରାଯିବାସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାରତୀୟ ମଜଦୁରସଂଘର ରାଜ୍ୟ ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ,ମୁଖ୍ୟବକ୍ତା ଓଡ଼ିଶା ମଟର ଚାଳକ ସଙ୍ଘର ରାଜ୍ୟ ଉପସଭାପତି ସୁଭନାରାୟନ ଆଚାର୍ଯ୍ୟ, ସମ୍ମାନନୀତ ଅତିଥି ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ଓଡ଼ିଶା ମଟର ଚାଳକସଙ୍ଘ ସମ୍ପାଦକ ଅର୍ଜ୍ଜୁନ ବେହେରା, ଯୁବସମାଜସେବୀ ପ୍ରଦୀପ୍ତ ମହାଳୀ, ଆଡଭୋକେଟ ଅଜୟ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ । ଗୋଷ୍ଠୀକେନ୍ଦ୍ର ପକ୍ଷରୁ ଉପଦେଷ୍ଟା ଦିଲ୍ଲୀପ ଦତ୍ତ, ଜଗନ୍ନାଥ ଦାସ, ନାରାୟଣ ଦାସ, ବିନାୟକ ବେହେରା, ସେକ ସୁରଜ ଅଲ୍ଲୀ,ଅବୁସ୍ୱାଲେର ସାରୁଖ ଖାଁ, ସଲିମ ଖାଁ, ଅଜହର ଖାଁ, ୟାକୁବ ଖାଁ, ସରାଉଦିନ ଖାଁ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତଥିଲେ । ସମ୍ପାଦକ ମହମ୍ମଦ ଓସିଉଲ୍ଲା ଧନ୍ୟବାଦ ଅର୍ପଣ କରିବାସହ ଗୋଷ୍ଠୀକେନ୍ଦ୍ର ନିମନ୍ତେ ନୂତନ ସଭ୍ୟ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

Leave A Reply

Your email address will not be published.