ବ୍ରହ୍ମପୁର,୦୪/୦୯(ପିପିଟି); ଉତ୍କର୍ଷ କାର୍ଯ୍ୟ ଦକ୍ଷତା ଏବଂ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ସେବା ତତସହିତ ଗୁଇନ୍ଦା ତଦନ୍ତରେ ଦକ୍ଷତା ପାଇଁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଦକ୍ଷ ୬୪ ଜଣ ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ସହ ପ୍ରଶଂସା ପଦକ ମିଳିବ । ଆସିକା ଥାନାରେ ଘଟିଥିବା ସର୍ବଧିକ ସମ୍ବେଦନଶୀଳର ଘଟଣା ତଦନ୍ତରେ ତଦନ୍ତକାରୀ ଅଧିକାରୀ ରୂପେ ରହି ଆସିକା ଥାନା ଅଧିକାରୀ ପ୍ରଶଂସାର ପ୍ରିୟପାତ୍ର ହେବାସହ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପଦକ ପାଇବା ପାଇଁ ମନୋନୀତ ହେବାପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ପରାମର୍ଶ ଓ ଥାନାର ସମସ୍ତ କର୍ମଚାରୀଙ୍କ ପ୍ରଚେଷ୍ଟା ଏବଂ ଅଞ୍ଚଳ ବାସୀଙ୍କ ଅହେତୁକ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଆସିକା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ସାଙ୍ଗକୁ ସ୍ପର୍ଶକାତର ମାମଲା କାର୍ଯ୍ୟର ତଦନ୍ତରେ ଦକ୍ଷ ଉତ୍କର୍ଷତା ଦେଖାଇଥିବା ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦକ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।୨୦୦୫ ବ୍ୟାଚର ପୋଲିସ ଅଫିସର ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କୁ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ,ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରମୁଖ ଶୁଭେଛା ଜଣାଇଛନ୍ତି।