ଉଡାଜାହାଜ ଅବତରଣ ପଡିଆ ପାଚେରୀ ଭୁଶୁଡି ୨ ମୃତ,୩ ଶ୍ରମିକ ଗୁରୁତର ।

0 45

ମାଲକାନଗିରି ,୦୩/୦୨(ପିପିଟି): ମାଲକାନଗିରି ଠାରେ ନବନିର୍ମିତ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଉଡାଜାହାଜ ଅବତରଣ ପଡିଆ ପାଚେରୀ କାନ୍ଥ ଭୁଶୁଡି ୨ ଜଣ ଶ୍ରମିର ମତ୍ଯୁ ବରଣ କରିଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇ ବର୍ତ୍ତମାନ ମାଲକାନଗିରି ମୁଖ୍ୟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।ତେବେ ପାଚେରୀ କାର୍ଯ୍ୟ ଅତି ନିମ୍ନମାନ ହେତୁ ଗତ ଗୁରୁବାର ହୋଇଥିବା
କାଳବୈଶାଖୀରେ କାନ୍ଥ ଭୁଶୁଡି ପଡିଥିଲା ଏବଂ କାନ୍ଥ ପାର୍ଶ୍ବରେ ଆଶ୍ରୟ ନେଇଥିବା ଶ୍ରମିକମାନେ ଦୁର୍ଘଟଣା ଶିକାର ହୋଇଥିଲେ ।
ମାଲକାନଗିରି ଉଡାଜାହାଜ ପଡିଆର ପାଚେରୀ କାନ୍ଥ ନିର୍ମାଣ ଦାୟିତ୍ବ ମାଲକାନଗିରି ପୂର୍ତ୍ତ ବିଭାଗକୁ ଦାୟିତ୍ବ ନ୍ଯସ୍ତ କରାଯାଇଛି । ୬ କିମି ପାଚେରୀ ନିର୍ମାଣ ପାଇଁ ୫ କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ ଅଟ୍ଟକଳ କରାଯାଇଥିବା ବେଳେ ଜୟପୁର ଠିକାଦାର ସ୍ବରାଜ ସାହୁଙ୍କୁ ଟେଣ୍ଡର ମାଧ୍ଯମରେ ଏହି କାର୍ଯ୍ଯ ପ୍ରାପ୍ତ ହୋଇଛି I ଗତ ୨୦୨୩ ଜାନୁଆରୀ ମାସରୁ ନବନିର୍ମିତ ପାଚେରୀ କାନ୍ଥ କାର୍ଯ୍ଯ ଆରମ୍ଭ କରାଯାଇଛି I
ତେବେ ଏହି କାର୍ଯ୍ଯ ଅତି ନିମ୍ନମାନର ହେତ ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ କାଳବୈଶାଖି ରେ ପାଚେରୀ କାନ୍ଥ ଭୁଶୁଡି ପଡିଥିଲା ।ତେବେ ସେହି ଦିନ ଉକ୍ତ ପାଚେରୀ ନିର୍ମାଣ କାର୍ଯ୍ଯରେ ନିୟୋଜିତ ୫ ଜଣ ନିର୍ମାଣ ଶ୍ରମିକ ସେହିଠାରେ ଆଶ୍ରୟ ନେଇଥିବା ବେଳେ କାନ୍ଥ ଭିଶୁଡି ତାଙ୍କ ଉପରେ ପଡି ଯାଇଥିଲା । ଘଟଣା ସ୍ଥଳରେ ଏମଭି-୩ ଗ୍ରାମର ମନୋଜ ହେମ୍ବ୍ରମ (୧୯) ଏବଂ ଗନ୍ଦିପଲ୍ଲୀ ଗ୍ରାମର ତିଳୋତମା ବେନିଆ (୪୦)ଙ୍କ ମୃତ୍ଯୁ ହୋଇଥିବାବେଳେ ଗନ୍ଦିପଲ୍ଲୀ ଅର୍ଜୁନ ବେନିଆ (୪୫),ଏମଭି-୩ ଗ୍ରାମର ଲୁବେନ ସୋରେନ(୨୮) ଏବଂ ଗନ୍ଦିପାଲ୍ଲୀ ଗ୍ରାମର ଅମ୍ରିକା କିସକୁ (୨୦) ଗୁରୁତର ଆହାତ ହୋଇ ମାଲକାନଗିରି ସଦର ମହକୁମା ଜିଲ୍ଲା ହସ୍ପିଟାଲରେ ଚ୍କିତ୍ସିତ ହେଉଛନ୍ତି Iତେବେ ଅର୍ଜୁନ ବେନିଆଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଲୁବେନ ସୋରେନଙ୍କ ଅଣ୍ଟା ଭାଙ୍ଗି ଯାଇଛି Iବର୍ତ୍ତମାନ ସରକାରୀ ହସ୍ପିଟାଲରେ ଆହାତ ମାନଙ୍କୁ ଚିକିତ୍ସିତ କରାଯାଉଥିବା ବେଳେ ପୂର୍ତ୍ତବିଭାଗ ଏହାର ଉନ୍ନତ ମାନର ଚିକିତ୍ସା ଲାଗି କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଏହାବ୍ଯତୀତ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ କ୍ଷତି ପୁରଣ ଲାଗି ମାଲକାନଗିରି ପୂର୍ତ୍ତ ବିଭାଗ ବା ଜୟପୁର ଠିକାଦାର ସ୍ବରାଜ ସାହୁ କୌଣିସି ଅନୁକମ୍ପା ରାଶି ପ୍ରଦାନ ଲାଗି ଘୋଷଣା କରି ନାହାନ୍ତି । ଦୁଇ ଜଣ ଶ୍ରମିକଙ୍କ ମୃୃତ୍ଯୁ ହୋଇଥିଲେ ମଧ୍ଯ ଠିକାଦାର ସାନ୍ତ୍ବନା ଦେବା ଲାଗି ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣା ପଡିଛି । ଏତେ ବଡ ଦୁର୍ଘଟଣା ଘଟିଲା ପରେ ମଧ୍ଯ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ବେହେରା ଶ୍ରମିକମାନଙ୍କ ଠିକଣା ବର୍ତ୍ତମାନ ସୁଦ୍ଧା ଜ୍ଞତ ନଥିବା ଜଣା ପଡିଛି । ଏହି ପାଚେରୀ କାର୍ଯ୍ଯ ଅତି ନିମ୍ନମାନର ହେତୁ କନିଷ୍ଠଯନ୍ତ୍ରୀ ସନାତନ ମାଝୀ,ଏସଡିଓ ତପନ ମାହାଲିକଏବଂ ଅଧୀକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କୁ ତୁରନ୍ତ କାର୍ଯ୍ଯରୁ ନିଳମ୍ବନ କରିବାକୁ ବିଭିନ୍ନ ରାଜନୈତିକ ମହଲରେ ଦୃଢ ଦାବି ହୋଉଛି । ଏହାବ୍ଯତୀତ ୨ ଜଣ କାର୍ଯ୍ଯରତ ୨ ଜଣ ଶ୍ରମିକ ମତ୍ଯୁ ବରଣ କରିଥିବାରୁ ଠିକାଦାରଙ୍କୁ ୩୦୨ ଦଫାରେ ଗିରଫ କରିବା ସହ
ତାଙ୍କର ଲାଇସେନ୍ସକୁ ବ୍ଲାକ୍ ଲିଷ୍ଟ କରିବା ପାଇଁ ଦାବି ହୋଇଛି ।ତୁରନ୍ତ ସରକାର ପଦକ୍ଶେପ ନନେଲେ କଂଗ୍ରେସ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ପୂର୍ନତତନ ସାଂସଦ ତଥା ରାଜ୍ଯ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ନିମ୍ନମାନର କାର୍ଯ୍ଯ ହେତୁ ଏ ଭଳି ଦୁଇ ଜଣ ଆଦିବାସୀ ଶ୍ରମିକଙ୍କ ମୃତ୍ଯୁ ଘଟିଲା ,ଏଣୁ ମୁଖ୍ଯମନ୍ତ୍ରୀଙ୍କ ଜିରୋ ଟଲେରେଣ୍ଟ ନୀତିକୁ ଆପଣାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠନ ଗ୍ରହଣ କରାଯିବ ବୋଲି ଶ୍ରୀମାଝୀ ଗଣ ମାଧ୍ଯମକୁ କହିଛନ୍ତି I

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.