ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ମାଲକାନଗିରି ମହାବିଦ୍ୟାଳୟ ପରିଦର୍ଶନ ।

0 249

ମାଲକାନଗିରି,୧୬/୧୧(ପିପିଟି): ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିରେନ୍ଦ୍ର କର୍କର ଓ ଜୟପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ ମାଲକାନଗିରି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଉଚ୍ଚ ଶିକ୍ଷାର ଉଭୟ ଅଧିକାରୀ ମହାବିଦ୍ୟାଳୟ ର ପରିସର ତଥା ଶାନ୍ତ ବାତାବରଣ ଯୋଗୁଁ ସନ୍ତୋଷ ପ୍ରକାଶ କରିଥିଲେ । ଉଚ୍ଚଶିକ୍ଷା ବିଭାଗର ଉଭୟ ଅଧିକାରୀ ଉଚ୍ଚଶିକ୍ଷାର ଅଭିଦାନର ସମସ୍ତ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଥ୍ୟ ନିରୀକ୍ଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ମହାବିଦ୍ୟାଳୟ ରୁଷା କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଏବଂ ପ୍ରଶାସନିକ ଅଧିକାରୀ ଉମେଶ ଚନ୍ଦ୍ର ଭାରତ ଉପସ୍ଥିତ ରହି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରୁଷା ପାଣ୍ଠିରେ ନିର୍ମିତ ବିବିଧକୋଠା ,କ୍ରୟ ସାମଗ୍ରୀ ତଥା ଯାନ୍ତ୍ରୀକ ଉପରେଣର ନିରୀକ୍ଷଣ କରିଥିଲେ। ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ବକେୟା ରାଶି ତଥା ମହାବିଦ୍ୟାଳୟର ସୌନ୍ଦର୍ଯ୍ଯକାରଣ ଏବଂ ଅତିରିକ୍ତ ଶ୍ରେଣୀଗୃହ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.