ଇ-ଫାଇଲିଙ୍ଗ ଷ୍ଟେସନ ଉଦଘାଟନ ଓ ଭର୍ଚୁଆଲ ଏବଂ ଭଲନେରେବୁଲ ଡିପୋଡିସନ କୋର୍ଟର ଶୁଭାରମ୍ଭ ।

0 275

ମାଲକାନଗିରି,୨୮/୧୨(ପିପିଟି): ସକାଳ ୮.୩୦ ମି. ସମୟରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ.ମୂରଲୀଧର ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ନୂତନ ଭାବେ ନିର୍ମିତ କୋର୍ଟ ପରିସରରେ ଇ-ଫାଇଲିଙ୍ଗ ଷ୍ଟେସନ ତାଲିମ ଶିବିରକୁ ଉଦ୍‌ଘାଟନ କରିବା ସହ ଭର୍ଚୁଆଲ ଏବଂ ଭଲନେରେବୁଲ ଡିପୋଡିସନ କୋର୍ଟର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ତାଲିମ କାର୍ଯ୍ୟକ୍ରମ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ବିଚାରପତି, ଏସ.ମୂରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମାଲକାନଗିରି ଜିଲ୍ଲା ଜଜ୍ ସୁଶ୍ରୀ ରେଖା ପ୍ରସାଦ, ଅତିରିକ୍ତ ଜିଲ୍ଲା ଜଜ, ଉଦୟଭାନୁ ଜେନା, ଏ.ଡି.ଜେ ଡ. କୃଷ୍ଣଚନ୍ଦ୍ର ରଥ, ସି.ଜେ.ଏମ ବିଷ୍ଣୁ ରଂଜନ ବେହେରା,ରେଜିଷ୍ଟ୍ରାର କୃଷ୍ଣ ନାୟକ, ସିନିୟର ସିଭିଲ ଜଜ୍ କମଳା କାନ୍ତ ରାଉତ, ଏସ. ଡି.ଜେ.ଏମ, ଡ.ନିଶାକର ସାହୁ, , ସେକ୍ରେଟାରୀ, ଡି.ଏଲ.ଏସ.ଏ, ରାକେଶ କୁମାର ମୁଦୁଲି, ଜେ.ଏମ. ଏଫ.ସି, ଏମ.ଏସ ରେଖାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ବ୍ୟତିତ ହାଇକୋର୍ଟର ଦୁଇ ଜଣ ବରିଷ୍ଠ ପ୍ରଶିକ୍ଷକ ଯଥାକ୍ରମେ ଅଙ୍କିତ ମିଶ୍ର,ଏ.ଡି.ଜେ, ବରଗଡ ଏବଂ ଚିନ୍ମୟ ମିଶ୍ର, ରେଜିଷ୍ଟ୍ରାର ଢେଙ୍କାନାଳ ୨୧ ଜଣ ଆଇନଜିବୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏଥିରେ ହାଇକୋର୍ଟର ସି.ପି.ସି ଅନୁପମ ପାତ୍ର, ରେଜିଷ୍ଟ୍ରାର ଭିଜିଲାନ୍ସ ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆଇନ ଜିବୀମାନେ ଇ-ଫାଇଲିଙ୍ଗ, ଇ-ସର୍ଭିସ, ଇ-ପେମେଣ୍ଟ ଉପରେ ତାଲିମ ନେଇଥିଲେ । ଏହା ଦ୍ୱାରା ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନେ ଉପକୃତ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ସଭାପତି ପ୍ରଭାକର ପ୍ରଧାନ,ଜିଲ୍ଲା ବାର ଆସୋସିଏସନ୍ ସେକ୍ରେଟାରୀ ପ୍ରକାଶ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.