ଇତିହାସ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନା ।

0 247

ମାଲକାନଗିରି,୦୮/୧୨(ପିପିଟି):ମାଲକାନଗିରି ମହାବିଦ୍ୟାଳୟର ଇତିହାସ (ସମ୍ମାନ) ବିଭାଗ ତରଫରୁ ନବାଗତଙ୍କ ନିମନ୍ତେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ ବିଭାଗର ତଥା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ସମ୍ମାନିତ ଅତିଥି ଭାବେ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଲିଙ୍ଗରାଜ ମିଶ୍ର ଯୋଗଦେଇ ଇତିହାସର ମହତ୍ୱ ଏବଂ ବିଭାଗର ଉନ୍ନତି କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ। ଅନ୍ୟମତ ସମ୍ମାନିତ ଅତିଥି ଭାବେ ବାଣିଜ୍ୟ ବିଭାଗ ର ମୁଖ୍ୟ ତଥା ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ଇତିହାସ କୃତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ନମିତା ଦାଣ୍ଡସେନା ବିଭାଗ ବିଷୟରେ ସାମ୍ୟକ ସୂଚନା ଦେବା ସହ ନବାଗତ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ତଥା ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସୂଚନା ଦେଇଥିଲେ।ଏହି ସମ୍ୱର୍ଦ୍ଧନା ଉତ୍ସବରେ ବିଭାଗର ଛାତ୍ରୀ ସବିତା କଚିମ ଏବଂ ରୀନା ମାଡ଼କାମି ,ଯୁବ ମହୋତ୍ସବରେ ନିଜର କୃତିତ୍ୱ ଯୋଗୁଁ ପୁରସ୍କୃତ ହୋଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଆପଦାମିତ୍ର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଯଥା ସଙ୍ଗୀତା ବଚାର, ରେହେନା ଖତୁନ,ତନ୍ମୟା ସାହୁ, ସୁନାଧର ହିଆଲ,ରଘୁ ସିସା, ରମେଶ ଗୋଲରୀ, ପ୍ରୀତମ ପଡିଆମୀ ଏବଂ ଅନନ୍ତ କିର୍ସାନୀଙ୍କୁ ବିଭାଗ ତରଫରୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଜାତୀୟ ସେବା ସଂସ୍ଥା ଦ୍ବାରା ହିମାଚଳ ପ୍ରଦେଶରେ ଆୟୋଜିତ ଏଡ଼ଭେନଗରସ କ୍ୟାମ୍ପ ରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପିକା ପ୍ରେମରେଖା ଭତ୍ରା ଭାଗନେଇ ଥିଲେ । ଏହି ଉତ୍ସବରେ ପ୍ରେମରେଖା ଭତ୍ରାଙ୍କୁ ସମ୍ୱର୍ଦ୍ଧତ କରାଯାଇଥିଲା। ଏହି ସ୍ୱାଗତ ସଭାକୁ ଅଧ୍ୟାପକ ଜିମୁତ ନାୟକ ପରିଚାଳନା କରିଥିବା ବେଳେ ଡ଼ଃ ଗୋକୁଳାନନ୍ଦ ପାତ୍ର ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପ୍ରବଳ ଉତ୍ସାହ ଏବଂ ଆନନ୍ଦ ମଧ୍ୟରେ ସ୍ୱାଗତ ସଭା ସଂପନ୍ନ ହୋଇଥିଲା।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.