ବ୍ରହ୍ମପୁର,୨୯/୧୧: ଭିଜିଲାନ୍ସ ଜାଲରେ କନେଷ୍ଟବଳ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ସକାଳ ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡିଏସପି, ପାଞ୍ଚ ଜଣ ଇନ୍ସପେକ୍ଟର ଓ କର୍ମଚାରୀଙ୍କ ମାନେ ଏକକାଳୀନ ତିନିଟି ସ୍ଥାନରେ ଚାଢାଉ ହୋଇଛି। ବ୍ରହ୍ମପୁରର ଲୋଚାପଡା ମୁଖ୍ଯ ରାସ୍ତାରେ ଅବସ୍ଥିତ ତିନି ମହଲା ବିଶିଷ୍ଟ ଆବାସିକ କୋଠା, ନିମଖଣ୍ଡିରେ ଥିବା କୋଠା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି। କନେଷ୍ଟବଳଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି। ତଦନ୍ତ ଚାଲୁ ରହିଛି। ଏହାର ସବିଶେଷ ତଥ୍ୟ ଆସିବା ପରେ ସ୍ପଷ୍ଟ ହେବ ଆୟବହିର୍ଭୂତ ସମ୍ପତ୍ତିର ତାଲିକା। ପୁଲିସ ଖୋଳରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ନେଇ ରାସ୍ତାଘାଟରେ ଚର୍ଚ୍ଚା ଶୁଣିବାକୁ ମିଳୁଛି।